
ଦ୍ଵୈତ ସତ୍ତାର ସମିଶ୍ରଣେ ପ୍ରଭୁ
ଗଢିଲ କାହିଁ ଏ ମଣିଷଟିକୁ ଦେବତ୍ଵ ଠାରୁ ସେ ବେଶୀ ଆଚରଇ
ସ୍ଵଭାବେ ତାହାର ସେ ପଶୁତ୍ଵକୁ ୲୲
ପଶୁତ୍ଵ ଜାଗିଲେ ଅନ୍ତରେ ତାହାର
ହୁଏ କଳୁଷିତ ସାରା ପରିବେଶ
ଅହଂକାର ସର୍ପ ଫୁତ୍କାରରେ ତା'ର
ଏ ଧରାରେ ଭରେ ହଳାହଳ ବିଷ ୲୲
ବିବେକରେ ଆଜି ପଡିଛି ପରଦା
ପଶୁତ୍ଵ ଦର୍ପରେ କମ୍ପେ ଭୂମି-ଭୂମା
ଭଲମନ୍ଦ ଜ୍ଞାନ ଥାଇ ମଧ୍ୟ ତା'ର
ପଶୁତ୍ଵ ପ୍ରତାପ ଥମୁନି ତ ଜମା ୲୲
ଶାଶ୍ଵତ ସତ୍ତାଙ୍କୁ ପାଶୋରି ମନରୁ
ମଦମତ୍ତେ ରଚେ ମୃତ୍ୟୁର ଛାୟା
ଷଢଋପୁ ଫାଶେ ହୋଇ କବଳିତ
ବେଶୀ ସେ ବିସ୍ତାରେ ପଶୁତ୍ଵ କାୟା ୲୲
ହେ , ସୃଷ୍ଟି କରତା କର ଜାଗରଣ
ତା' ଭିତର ସୁପ୍ତ ଦେବତ୍ଵ ସତ୍ତା
ଦେବତ୍ଵ ଜାଗ୍ରତ ନ ଦେଲେ ଅନ୍ତରେ
ନ ରହିବ ଏହି ସୃଷ୍ଟିର ପତ୍ତା ୲୲
Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 01, 2019
