
• କ୍ଷଣକ୍ଷଣକେ ଆନ
• କିଏସେ ନାୟୀକା,ନାୟକ
• କ୍ଷଣସ୍ଥାୟୀ ଜୀବନ ।।
• କିଏସେ ଦର୍ଶକ ଦେଖଇ
• ବସି ମଞ୍ଚ ଭିତରେ
• ଅଭିନୟ କିଏ କରଇ
• କେଉଁ ରଙ୍ଗମଞ୍ଚରେ ।।
• ମଞ୍ଚ ସଞ୍ଚାଳକ କିଏସେ
• ସେହି ମହାନାୟକ
• ଅଭିନିତ ହୁଏ ସଂସାରେ
• କହ କେଉଁ ନାଟକ ।।
• କିଏ ଜାଳେ ଷଠୀ ମନ୍ଦିରେ
• ବସି ଏନ୍ତୁଡି ନିଆଁ
• କିଏ ଜଳେ ଚିତା ଯୁଇରେ
• ଅଭିନବ ଦୁନିଆଁ ।।
• ଅଭିନବ ରଙ୍ଗ ଭୂଇଁରେ
• ଅଭିନବ ନାଟକ
• ମାୟା ମମତାର ବନ୍ଧନେ
• ସୁଖ, ଦୁଃଖ ଅନେକ ।।
• କେବେ ଅଭିନିତ ହୁଅଇ
• ଯବନିକା ପତନ
• କେବେହେବ କହିନୁହଇ
• କାର କେବେ ପ୍ରସ୍ଥାନ ।।
• ମହାନାୟକ ସେ ଦଇବ
• ଅଭିନବ ନିୟମ
• ଏଇତ ଜୀବନ ନାଟକ
• କ୍ଷଣକ୍ଷଣକେ ଆନ ।।
