
ତୁମକୁ କାହିଁକି ଖରାପ ଲାଗିବ ଯେ
ତୁମକୁ କାହିଁକି ଖରାପ ଲାଗିବ ଯେ
ତୁମେ ତ ଆନନ୍ଦରେ ଦେଖୁଥିଲ ସେଦିନ
ଦ୍ରୌପଦୀର ବସ୍ତ୍ରହରଣ
ଉଲଗ୍ନର ବିଭତ୍ସ ଦୃଶ୍ୟ...।
ତୁମେତ ଆନନ୍ଦରେ ଦେଖୁଥିଲ ଅପେରାରେ
ନର୍ତ୍ତକୀର ଅର୍ଦ୍ଧଲଗ୍ନ ଦେହ...।
ତୁମେ ତ ଦେଖୁଥିଲ ଅପେରାରେ
ଚଳଚ୍ଚିତ୍ର ରେ
ଖଳନାୟକର ଧର୍ଷଣ ଦୃଶ୍ୟ..।
ତୁମେ ତ ମହା ଆନନ୍ଦରେ ମାରୁଥିଲ ମଜା....।
ଶୁଣିଛ....
ଦ୍ରୌପଦୀର ବୁକୁଫଟା କରୁଣ ଚିତ୍କାର,
ଭାବିଛ...
ନର୍ତ୍ତକୀଟା ପେଟପାଇଁ ଆତ୍ମ ସମ୍ମାନକୁ କେମିତି ବିକୁଛି,
ଚିନ୍ତାକରିଛ....
ଓଡିଆ ଘରର ଝିଅଟା...ବୋହୂଟା
ଟଙ୍କା କେଇଟା ପାଇଁ କେମିତି ବାଧ୍ୟରେ
ଧର୍ଷିତା ପରି ଲଜ୍ଜାକର ଦୃଶ୍ୟ କରୁଛି,
ଏବେ ଗର୍ଜୁଛ......
ଧର୍ଷଣ...ବଳାତ୍କାର...ଅସଦ୍ ବ୍ୟବହାର...
କାହିଁକି.........???
ଜାଣିନ କି...
ଏ ମଣିଷ ଜାତି ଅନୁକରଣ ପ୍ରିୟ,
ଯାହା ଦେଖେ ତାହା ଶିଖେ ତାକୁ ଚାଖେ,
ପକାଉନ ଏ ସବୁରେ ତାଲା,
କାହିଁକି ପକାଇବ...
ପକେଇଲେ ତୁମ ଗରମ ପକେଟ ପରା
ହୋଇଯିବ ଖୋଲା...
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା,କେନ୍ଦୁଝର
