
ଶୀତ ଫେରୁଅଛି କାକର ଶେଯରେ
ଲାଜର ଓଢଣୀ ଦେଇ
ବସନ୍ତ ଆସୁଛି ମୃଦୁ ସମୀରଣେ
କୋକିଳର କୁହୁ ଗାଇ ||୦||
ଫଗୁଣ ହସୁଛି ପ୍ରୀତିରଙ୍ଗ ଧରି
ଫୁଲେଇ ପ୍ରିୟାକୁ ଦେଖି
ସହକାର କୁଞ୍ଜେ ହଳଦୀ ବସନ୍ତ
ହେଉଛି ହଳଦୀ ମାଖୀ
ପଳାଶ ଫୁଲଟି ଗୁମୁରି କାନ୍ଦୁଛି
ଦୁଃଖର ଗଜଲ ଗାଇ......||୧||
ଶୀତ ଫେରୁଅଛି.....
ବସନ୍ତ ଆସିଲେ ଆନମନା କବି
ଭାବନାରେ ଯାଏ ହଜି
ପାଗଳ ଭଅଁର ମଧୁମଗ୍ନା ହୁଏ
ଫୁଲରୁ ଫୁଲକୁ ଖୋଜି
ପାହାଡି କନିଆ କୁଳୁକୁଳୁ ସୁରେ
ବହିଯାଏ ଗୀତ ଗାଇ......||୨||
ଶୀତ ଫେରୁଅଛି.....
★★★★★
ଶ୍ରୀବିହାର, ଖୋର୍ଦ୍ଧା
ପିନ୍- ୭୫୨୦୫୫
ଶୂନ୍ୟଭାଷ- ୯୮୫୩୫୩୫୦୯୫
