ପ୍ରେମ ରଙ୍ଗେ ପ୍ରଭୁ ରଙ୍ଗାଇଦିଅ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ହୋଲି ପାର୍ବଣରେ ଅବିର ଲଗନେ ବସନ୍ତ ରାଶ ବିଳାସ 
ମଣୀ ବିମାନ ରେ ଯୁଗଳ ମୂରତି ଦେଖ ମନୋହର ବେଶ
ଅବିର ରଙ୍ଗେ ରଙ୍ଗାଇ
ଋତୁରାଜ ଧରା ବିଚିତ୍ର ବର୍ଣ୍ଣେ  ଦେଇଛି  ସତେ ସଜାଇ   ।।
ଦୋଳ ଝୁଲଣାରୁ ଅବତରି କରେ ଧରି ରଙ୍ଗ ପିଚକାରୀ
ଗୋପବାଳାମଳେ ଗୋପ ଦାଣ୍ଡରେ ନନ୍ଦବଳା କଳାକହ୍ନାଇ
ସକଳ ଗୋପାଳ କୁଳ
ବିବିଧ ବାଜଣା ବଜାଇ ଆନନ୍ଦେ ଖେଳନ୍ତି ଲଉଡି ଖେଳ  ।।
ସାଙ୍ଗ, ସାଥି, ଶାଖା ,ସହୋଦର ,ବନ୍ଧୁ ,ପ୍ରୀୟା ପରିଜନ ମିଳି
ହର୍ଷ ଆନନ୍ଦ ର ଅଭିନବ ପ୍ରିତୀ ରଙ୍ଗ ଖେଳନ୍ତି ମାଧୋଇ
ଅନନ୍ତ ପ୍ରେମ ବିଳାସ
ରଚିଲେ ମାଧବ ଏ ଖେଳରେ ମଗ୍ନ ଦେବ,ଗନ୍ଧର୍ବ, ମନୁଷ୍ୟ  ।।
ତିନିଲୋକେ ଏହା ଅଦ୍ଭୁତ ଅନନ୍ୟ ରାଧା କୃଷ୍ଣ ପ୍ରେମ ଲୀଳା
ବସନ୍ତେ ବସନ୍ତ ଉତ୍ସବ ଧରାରେ ଦେବେ ଅଲଭ୍ୟ, ବାଉଳା-
ବସନ୍ତ ମଳୟ ବାତ
ଜନ-ଗଣ-ମନ ଉଲ୍ଲସିତ କରି ହେଉଅଛି ପ୍ରବାହିତ  ।।
ଅପୂର୍ବ,ଅଲଭ୍ୟ,ଅନନ୍ତ ପ୍ରେମର ଅପାସୋରା ରଙ୍ଗ ଲଗ୍ନ
ରଙ୍ଗାଇ ମୋ ପ୍ରାଣ ବିଶ୍ଵଚିନ୍ତାମଣି କରହେ ଜୀବନ ଧନ୍ୟ
ପ୍ରଫୁଲ୍ଲ ର ନିବେଦନ
ଶୁଭ ଦୃଷ୍ଟି ଉଢାଳରେ ରଖ ଭବ ଭୟରୁ କରି ତାରଣ  ।।

Post a Comment

0Comments
Post a Comment (0)