ମୁହୁର୍ତ୍ତେ ଅପେକ୍ଷା - ନମିତା ଗିରି

0

ସବୁ ନିରବତାର ବକ୍ଷ ଚିରି
ମୋ ମନ ଅଗଣାରେ
ଭରି ଦେଇଛି ପୂର୍ଣ୍ଣତା -
ମୁହୂର୍ତ୍ତେ ଅପେକ୍ଷା......
ସତେ ଯେପରି ମଳୟର ଅଗମନେ..
ଧରଣୀ ଗାଉଛି ରଗିଣୀ
ଦୂର ଦିଗ୍‌ବଲୟ ଡ଼ାକୁଛି ହାତଠାରି
ଯେଉଁଠି ଦିନେ ଅସ୍ପଷ୍ଟ ହୋଇଯାଇଥିଲା
ମୋ ଠିକଣା..........
ମୁଁ ପାଇ ଯାଇଛି ମୋ ପରିଚୟ
ଜୀବନର ଅଂକା ବଂକା ପଥେ
ଯେଉଁଠି କେବେ
ହଜିଯାଇଥିଲା...
ମୋ ବାସ୍ତବତା.....
.......................
Sent from my Huawei Mobile

Post a Comment

0Comments
Post a Comment (0)