ସଞ୍ଜ ନଇଁଲେ ପଲ୍ଲୀ ଗଭାରେ
ମୋ ମଲ୍ଲୀ ଚହଟି ବାସେ
କଇଁଫୁଲ ଝୁଲେ ଗଡ଼ିଆ ପାଣିରେ
ଜହ୍ନ ମୁରୁକି ହସେ,
ଗାଁ ଭୂଆସୁଣୀ ଚଉରା ବେଦୀରେ
ସଞ୍ଜ ସଳିତା ହାତେ
ପରବାସୀ ତାର. ପ୍ରିୟତମ ପାଇଁ
ଶୁଭ ମନାସଇ କେତେ,
ମୁଁ ମାଟିର ମଣିଷ ଟିଏ
ବାସ୍ନା ଆସିଲେ ମାଟିର ପିଠିରୁ
ମୁଁ ସ୍ୱପ୍ନ ବିଭୋର ହୁଏ,
ନିଶ୍ୱାସ ଖୋଜେ ଗାଁ ମାଟିକୁ ମୋ
ଛାତିଟା ତରଳି ଯାଏ
ମୁଁ ମାଟିର ମଣିଷ ଟିଏ ।।
ତପନ ଦୀକ୍ଷିତ (ବେଳାଭୂମି)

