କୋଇଲି ଗାଉଛି ଗୀତ ।।ତାପମାତ୍ରା ଧୀରେ ବଢି ଆସିଲାଣି
ମେଲାଣି ମାଗୁଛି ଶୀତବସନ୍ତ ପରଶ ଧରାକୁ ଛୁଇଁଲା
ଦକ୍ଷିଣ ଦିଗରୁ ମଳୟ ପବନଆସୁଅଛି ପରା ବହିଚଉଦିଗ ସାରା ମଳୟ ପବନମନକୁ ନେଉଛି ମୋହି ।।
ନଈ ର କୂଳରେ ହଳଦୀ ରଙ୍ଗରଶୋରିଷ କ୍ଷେତ ଟି ହସେବଗିଚା ଭିତରେ ଗଛର ଡାଳରେଫୁଲର ମହକ ବାସେ ।।
ନାଲିଆ ପଳାଶ ଓ ନିମ୍ବ କାଞ୍ଚନବଢାନ୍ତି ଯେ କେତେ ଶୋଭାସବୁ ଋତୁ ମଧ୍ୟରେ ସେ ସାରଋତୁରାଜ ମନଲୋଭା ।।
ଦୋଳ ବିମାନରେ ଦୋଳ ଗୋବିନ୍ଦ ଯେଆସୁଥାନ୍ତି ଝୁଲି ଝୁଲିଏକତା ର ପାଠ ଶିଖାଇ ଦେଉଛିରଙ୍ଗର ପରବ ହୋଲି ।।---------------------------------------------- ଶିବ ପ୍ରସାଦ ସାହୁଗୋପିନାଥପୁର ସାହିଚାନ୍ଦପୁର, ନୟାଗଡ଼ପିନ୍-752024Mob -9692374659

