ମାଆ - ରବି ପ୍ରଧାନ

0

ମାତା ଗୁରୁ ପିତା ଗୁରୁ
ଦୀକ୍ଷାଗୁରୁ କହି,
ଏ ରୂପେ ସଂସାରେ କେତେ
ଗୁରୁ ଦେଖୁ ତୁହି.....।
ତନ୍ମଧ୍ୟରୁ ମାତା ଗୁରୁ 
ହୋଇଛନ୍ତି ଶ୍ରେଷ୍ଠ,
ମାତା ଶିଖାଇବା ପଦ
ଭାଷାରେ ଉଦ୍ଦିଷ୍ଟ....।
ଦଶ ମାସ ଦଶ ଦିନ
ଗର୍ଭେ ଧରି ଯେହି,
ଯତ୍ନରେ ଜନମ ଦେଲା
ଆଲୋକ ଦେଖାଇ.....।
ସନ୍ତାନମାନଙ୍କ ପାଇଁ
ନିତି ଭାଳୁଥାଏ,
କେତେ କଷ୍ଟ ସହି ସେହି
ମନୁଷ୍ୟ ବନାଏ....।
ଜଗତରେ ମାଆ ନାମ 
ସବୁଠୁଁ ମଧୁର,
ନିଷ୍କଳଙ୍କ ହୃଦୟଟେ
ଏଥୁଁ ନାହିଁ ସାର....।
ଅହର୍ନିଶି ସେବାକରେ
ଜୀବନ ଲଗାଇ,
ଧନ୍ୟ ଧନ୍ୟ ଜନନୀ ଗୋ
ସ୍ନେହ ଦେଉଥାଇ....।
ଶତ ଶତ ପ୍ରଣିପାତ
ମାଆଙ୍କ ପୟରେ,
ରବି ହୀନ ଗୀତ ଲେଖେ
ମାଆଙ୍କ ପାଇଁରେ....।

ରବି ପ୍ରଧାନ, ବାଣପୁର, ଖୋରଧା, ମୋ - 9078007640

Post a Comment

0Comments
Post a Comment (0)