
ତୁ ଭାରି ଚଗଲା
ମୋ ହୃଦୟକୁ ଆସି
କେବେଠୁ ବସା ବାନ୍ଧି
ଯିବାରତ ନାମ କରୁନୁ ।
ଏ ରଙ୍ଗ
ତୁ କେତେ ନିଆରା
ମୋ ଫିକା ହୃଦୟକୁ ବି
ତୋ ରଙ୍ଗେ ରଙ୍ଗେଇ
କଲୁଣି ଏବେ ଦିଓ୍ବାନା ।
ଏ ରଙ୍ଗ
ତୁ ଭାରି କିମିଆ
ମୋ ତନୁମନ ଛୁଇଁ
ସାରା ଦେହଟାକୁ
ରଙ୍ଗେଇ ରଙ୍ଗେଇ
କରିଦେଲୁଣି ରଙ୍ଗିନ।।
ଧିରେନ୍ ବାଗ
ଗୌଡରମା, କୁଳିଅଣା,ମୟୂରଭଞ୍ଜ
ମୋ-୯୬୯୨୧୮୮୦୮୧
