ଘର ଚଟିଆ ମୁଁ ଘର ଚଟିଆ - କୁମୁଦ ଚନ୍ଦ୍ର ଦଳେଇ

0
ଛୋଟ ପକ୍ଷୀ ଟେ ମୁଁ ଘର ଚଟିଆ
ଚି.. ର୍.... ଚି.. ର୍.. କରି ରାବଇ ଯାହା
ବସା ମୋର ଚାଳ କୁଡିଆ ତଳେ
ଅବା ଛୋଟ ଗଛ ପତ୍ର ଗହଲେ
ଛୋଟିଆ ଅଟଇ ମୋ ପରିବାର
ପରସ୍ପର ଥାଏ ସ୍ନେହ ଆଦର
ରାତି ପାହିବା କୁ ମୁଁ ଚାହିଁ ଥାଏ
ଖାଦ୍ୟ ଆଣିବାକୁ ବାହାର ଯାଏ
ବେଳ ନ ବୁଡୁଣ ଫେରଇ ଘର
ଶାବକ ମୁଖରେ ଦିଏ ଆହାର
କିଚିରି.. ମିଚିରି.. ଶବଦ କରୁ
ବେଳ ଥାଉ ନିଜ କାମକୁ ସାରୁ
ଯେଉଁ ଘରେ ମୁହିଁ ବାସ କରଇ
ସେ ଘର ଖୁସିରେ ପୁରୀ ଉଠଇ
ବଦଳି ଗଲାଣି ଏ ପରିବଶ
ଲୋପ ପାଇ ଯିବ ଆମରି ବଂଶ
ଆମରି ସୁରକ୍ଷା ତୁମରି ହାତେ
ଚାଳ ଘର କର ଭାବୁଚ କେତେ
ପରିବେଶ ଯେତେ ରହିବ ଶୁଦ୍ଧ 
ନ ହେବା ରୋଗୀଣା କି ଶ୍ଵାସ ରୁଦ୍ଧ 

                      କୁମୁଦ ଚନ୍ଦ୍ର ଦଳେଇ
                        ପୋଲସରା, ଗଞ୍ଜାମ
                         ମୋ 9861889305 

Post a Comment

0Comments
Post a Comment (0)