
ଯାଚିଦେଇଥିଲ ରଙ୍ଗ କେତେ ,
ମୋ ଅଜାଣତେ ମୋ ପାଖରୁ ତୁମେ
ହଜିଗଲ ଦୁଃଖ ଦେଇ ମୋତେ।
ହଜିଗଲା ଦିନୁ କାହିଁକି କେଜାଣି
ସବୁ ରଙ୍ଗ ମୋତେ ଲାଗେ ଫିକା,
ତଳ ପାହାଚର ମଣିଷ ଟିଏ ମୁଁ
ସେଦିନୁ ଜୀଇଁଛି ଏକା ଏକା।
ବଞ୍ଚିଛି ତ ଖାଲି ବାହାନା ନେଇ
ମଣିଷ ଟିଏ ମୁଁ ଭାବି ସମାଜେ,
ନିଜ ଇଚ୍ଛା ସବୁ ସମାଧି ମୁଁ ଦିଏ
ସେପାଇଁ ସଭିଙ୍କ ଆଦର ସାଜେ।
ତୁମେ ତ ଥିଲ ମୋ ଜୀବନ ବୀଣାର
କେତେ ସୁରଭରା ରାଗିଣୀ,
ଛିଡିଗଲା ତାର ବିଧାତା ନିର୍ଦ୍ଦେଶେ
କେମିତି ପାରିବି ଜାଣି।
ପାଶେ ନାହଁ ସିନା ତୁମରି ଦାନର
ପ୍ରତିଟି କଣିକା କହୁଛି ଆଜି,
ଫଗୁଣରଙ୍ଗଟା ଲାଗିଲେ ମୋ ଦେହେ
କାଳେ ଯିବି ମୁହିଁ ହଜି।
ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର
