ଚାଲିଗଲୁ କରି ଏକା - ସସ୍ମିତା ସାହୁ

0

ଫଗୁଣ ଆଗରୁ ଚାଲି ଗଲୁ ତୁହି
ରଙ୍ଗ କରି ଦେଇ ଫିକା,
ସିନ୍ଦୂରକୁ ମୋର ସାଥେ ନେଇ ଗଲୁ
କରି ଦେଇ ମୋତେ ଏକା II
ବଉଳର ବାସ୍ନା କରୁ ନାହିଁ ଆଉ
ମନକୁ ମୋ ବିଚଳିତ ,
ମଳୟ ପବନେ ଉଡୁ ନାହିଁ ଆଉ
ମୋ ଶାଢ଼ୀ ଲମ୍ବା ପଣତ II
କୋଇଲିର କୁହୁ ହୃଦୟକୁ ଆଉ
କରୁ ନାହିଁ ଆନମନା ,
ଆମ୍ବ ତୋଟାକୁ ଯିବା ପାଇଁ ଆଉ
ଖୋଜୁ ନାହିଁ ମୁଁ ବାହାନା II
ଜାଣେ ନାହିଁ ମୁହିଁ ଆଉ ପୁଣି କେବେ
ଦେଖା ହେବ ତୋ ସାଥେ,
ସାଥି ହୋଇ ଆମେ ରହିଥିବା ସଦା
କଥା ଦେଇ ଥିଲୁ ମୋତେ II
ବିଧିର ବିଧାନ କେ କରିବ ଆନ
ନେଲା ଛଡାଇ ମୋ ଠାରୁ,
ସ୍ମୃତି ହୋଇ ଏବେ ରହି ଗଲୁ ତୁହି
ଅଶ୍ରୁ ହୋଇ କେବେ ଝରୁ II

ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର

Post a Comment

0Comments
Post a Comment (0)