ଚାଲ ଚାଲ ସାଥି - ଅନାମ ଚରଣ ସାହୁ

0

ଚାଲ ଚାଲ ସାଥି
--------------------
ଚାଲ ଚାଲ ସାଥି ମଙ୍ଗଳବାରରେ
କାକଟପୁରକୁ ଯିବା
ମାଆ ମଙ୍ଗଳାଙ୍କ ଦରଶନ ଲଭି
ଜୀବନ ଧନ୍ୟ କରିବା ।0।
ଚଇତ୍ର ମାସର ଅଟେ ପୁଣ୍ୟ ତିଥି
ପବିତ୍ର ମଙ୍ଗଳବାର
ମହାମାୟୀଙ୍କର ହୁଏ ପାଳି ଯାତ
ଯାତରା ମଧ୍ୟରେ ସାର
ପାଇ ତା ଆଶିଷ ସର୍ବେ ହେବା ତୋଷ
ପିଣ୍ଡେ ଜୀବନ ଭରିବା ।୧।
ମନ୍ଦାର ମାଳରେ ଶୋଭିତ ଜନନୀ
ଭକତଙ୍କୁ ହାତ ଠାରେ
ତାଆ ଦୁଆରକୁ ଥରେ ଯିଏ ଯାଏ
ପାପ ତାପ ସବୁ ହରେ
ମଙ୍ଗଳମୟୀଙ୍କ କୁରୁପା ମିଳିବ
ସଂସାରୁ ଆମେ ତରିବା ।୨।
----------------------------
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦

Post a Comment

0Comments
Post a Comment (0)