ଅଧା ରାତିରେବି ମନେ ପଡ଼ିଯାଏ
ଅଧୁରା ସପନ କଥା
ହସ ବାଣ୍ଟୁଥିବା ନିଆରା ଓଠର
ନିଖୋଜ ଓ ନୀରବତା ।
ଜହ୍ନକୁ ଦେଖିଲେ ଲାଜ ଲାଗେ ମୋତେ
ପାରେନି ମୁଁ ତାକୁ ଚାହିଁ
କାଳେସେ ଜହ୍ନରେ ତୋ ମୁହଁ ପାଖରେ
ଦିଶୁଥିବ କାହା ଛାଇ ।
ସାରା ଜୀବନକୁ କେବେ ଥମିବନି
ଏ ଛାତି ତଳର ବ୍ୟଥା
ଅଧା ରାତିରେବି ମନେ ପଡ଼ିଯାଏ
ଅଧୁରା ସପନ କଥା ।
ଦେଖେଇ ଥିଲୁତୁ ସାତ ରଙ୍ଗ ମଖା
ଇନ୍ଦ୍ରଧନୁର ସେ ଛବି
ଜୀବନ ଟା ସାରା କୁହୁଳୁ ଥିବିମୁଁ
ସେଇ ଛବି କଥା ଭାବି ।
ଆଉକା ହାତର ସିନ୍ଦୂର ପରସେ
ସୁନ୍ଦର ଦିଶେ ତୋ ମଥା
ଅଧା ରାତିରେବି ମନେ ପଡ଼ିଯାଏ
ଅଧୁରା ସପନ କଥା ।
