ରଖିବାକୁ ମାଆ ମାଟି ସମ୍ମାନ
ଦେଇ ପାରେ ହସି ହସି ଜୀବନ
ନେଇ ବି ପାରେ ମୁଁ ଶତ୍ରୁ ପରାଣ
ନାଁ ମୋର ବୀର ଯବାନ....
ଦେଶ ହେଉକି ହେଉ ରୁକ୍ମଣୀ
ଦୁର୍ଘଟଣା ଅବା ବନ୍ୟା ପାଣି
କେବେ ଦେବ ଦୂତ କେବେ ପୁଣି ମିତ
ଆବଶ୍ୟକତା କୁ ପରଖି ଜାଣି...
କୋରାପୁଟ ଅବା ମାଲକାନଗିରି
କାଶ୍ମୀର ସୀମା କାର୍ଗିଲ ଉରୀ
ମାରିବି ମରିବି ଗୋଟିଏ କଥା
ଲଢ଼ିବି ଛାତିରେ ସାହସ ଧରି...
ଯେବେଠୁଁ ପିନ୍ଧିଛି ସେନା ପୋଷାକ
ହାତରେ ଧରିଛି ମୁଁ ଯୁଦ୍ଧ ବନ୍ଧୁକ
ଶପଥ ନେଇଛି ମାଆ ମାଟି ଛୁଇଁ
ରଖିବି ନିଶ୍ଚୟ ତାହାରି ଟେକ...
ମାଆ ମମତାକୁ ଦେହରେ ମାଖି
ମୃତ୍ୟୁର ସୁଆଦ ପାଟିରେ ଚାଖି
ତ୍ରିରଙ୍ଗା ପତାକା ହାତରେ ଧରି
ଚାଲିଛି ଚାଲିବି ଆଗକୁ ଦେଖି...
ପଛରୁ ଯଦି ମାରିବ କେହି
ଜୀବନ ଦେଇ ପାରିବି ସହି
କାପୁରୁଷ ନୁହେଁ ବୀର ଯବାନ
ଦେଶ ପାଇଁ ଦେବି ଜୀବନ ମୁହିଁ
ମୁଁ ମଲି ଆଜି ଆଉ କେ କାଲି
ତୁମର ବି ଦିନେ ପଡିବ ପାଳି
ଲଢିଯିବା ଆସ କରି ଦେବା ଶେଷ
ସୀମାରେ ପ୍ରତିଶୋଧ ଏକତା ଢାଳି
ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ
