ଦେଶର ଯଶ - ଶିବ ପ୍ରସାଦ ସାହୁ

0

ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥି
ପୂଜା ପାଇବେ ଟି ମା ସରସ୍ଵତୀ
ବିଦ୍ୟାଳୟ ଆଉ ଶିକ୍ଷାୟତନ
ଖୁସିରେ ଉଛୁଳେ ସଭିଙ୍କ ମନ ।।
ସିଏ ଜ୍ଞାନ ଦାତ୍ରୀ ବିଦ୍ୟା ଦାୟିନୀ
ଶୁଭ୍ର ବସ୍ତ୍ର ପିନ୍ଧି ବୀଣା ବାଦିନୀ
ପିଲାଙ୍କ ହାତରେ ପାଇବେ ପୂଜା
ହୋଇବ ସତରେ କେତେ ଯେ ମଜା ।।
ଫୁଲ ଫଳ ମୂଳ ନେଇ ସଭିଏଁ
ପୁଷ୍ପାଞ୍ଜଳି ଦେବେ ସବୁ ପିଲାଏ
ପୂଜିବେ ମାଆ ଙ୍କୁ ଭକତି ମନେ
ସଫଳ ହୋଇବେ ତାଙ୍କ ଜୀବନେ  ।।
ଗଳାରେ ତାଙ୍କର ମୁକ୍ତାର ହାର
କର୍ଣ୍ଣରେ ଶୋଭଇ ରତ୍ନ କୁଣ୍ଡଳ
ତାଙ୍କ କୃପା ବଳେ ଭଲ ମଣିଷ
ହୋଇ ରଖିଯିବା ଦେଶର ଯଶ

ଶିବ ପ୍ରସାଦ ସାହୁ 
ଗୋପିନାଥପୁର ସାହି 
ଚାନ୍ଦପୁର, ନୟାଗଡ଼, ପିନ୍-752024

Post a Comment

0Comments
Post a Comment (0)