ଠାଣି ସହରର - ଅଧ୍ୟାପିକା ସସ୍ମିତା ମିଶ୍ର

0

କ୍ରୁର ଏଇ ସହରର ଚାହାଣୀ
ପାଷାଣୀ ଛଞ୍ଚାଣର ଦ୍ରୁଷ୍ଟି
ଚଞ୍ଚୁରେ ଝାମ୍ପୁଛି ସତେ  
ଜୀବନର ସରଳତା ମାଦକତା ଯେତେ
ଦେଖାଉଛି ଶିଖାଉଛି ଆଟୋପ ଅଲୋଡ଼ା  
ବୃଥାକୁ ଭାସୁଛି ମନ ତାର ଚଞ୍ଚୁ ଧାରେ
କାଚ କାନ୍ଥ ସେପାରିରେ ସବୁଯାଏ ମିଳି

ମନେହୁଏ ଅଜଗର ଆଁ କରି ଦଉଛି କି ଗିଳି  
ବିସ୍ତୀର୍ଣ୍ଣ ହୃଦୟକୁ ମୋର 
ସଂକୁଚିତ ତାର ଗର୍ଭେ ଗର୍ଭେ

ମନେହୁଏ ଦିଆସିଲି ଡ଼ବା ଘରେ
ମାସିକିଆ କିସ୍ତି ସୁଝି ବଞ୍ଚୁ ବଞ୍ଚୁ
ଭୁଲୁଛି କି ମୋ ଅଗଣା  ଦାଣ୍ଡ 
ନିଜେ ମୁହିଁ ହଜାଉଛି ସତ୍ତା

ମନେହୁଏ ମଟର ଗାଡିର ଧୂଆଁରେ
ଧ୍ବଂସ ହେଉଛି କି ଦୁଇଟା ସହର
ମୋ ଭିତରର  

ମନେହୁଏ ଚାଏ ପଏଣ୍ଟର
ଦୁଇଶହ ଟଙ୍କିଆ ଅଦା ଚା
ଭୁଲାଇ ଦେଉଛି କି
ଦୁଇ ଟଙ୍କିଆ ଶ୍ରଦ୍ଧ। ଗୋଳା ଚା
ଶାରୀ ନାନୀ ହାତର

ମନେହୁଏ ଅନେଷ୍ଟା ପିଯା ହଟର
ପାଶ୍ଚାତ୍ୟ ଭୋଜନ ଭୁଲାଉଛି  
ମୋ ଘର ଖଳା ଆଉ ବେଙ୍ଗଳା

ମନେହୁଏ ହାତ ପାହାଁନ୍ତାକୁ ସବୁ ଦେଇ
ଇଏ କି ଉତାରି ନିଏ
ଜୀବନର ଚଞ୍ଚଳତା ଉଦ୍ଦାମତା ଯେତେ

ଏଇ କ୍ରୁର ଚାହାଣିର. 
ପୁଣି କି ସମ୍ମୋହନ??
ମୁଁ ନୁହଁ ତା ଚଞ୍ଚୁରେ ଭାସୁଛି  
ଅଜସ୍ର ଜୀବନ 

ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକ


Post a Comment

0Comments
Post a Comment (0)