
ସାରା ଜୀବନକୁ ତୁମେ ହସୁଥାଅ
ହସୁଥାଉ ତୁମ ସଂସାର
ତୁମ ହାତ ଶଙ୍ଖା ସିଂଥି ସିନ୍ଦୂରକୁ
ନଲାଗୁ କାହାରି ନଜର ।
ନୂଆ ଠିକଣାରେ ତୁମେ ଖୁସି ରୁହ
ବାଣ୍ଟୁ ଥାଅ ସ୍ନେହ ପୀରତି
ପଛ କଥା ସବୁ ପଛେ ରହିଯାଉ
ଲିଭୁମୋ ପ୍ରେମର କିରତି ।
କେବେ କହିବିନି ଭୁଲିଗଲ ବୋଲି
ପାଗଳ ମନର ପ୍ରେମକୁ ମୋର
ତୁମ ହାତ ଶଙ୍ଖା ସିଂଥି ସିନ୍ଦୂରକୁ
ନଲାଗୁ କାହାରି ନଜର - - - - - - - -
ଜିଇଁରୁହେ ଯଦି ନିତି ମୁଁ ଜଳିବି
ମିଛ ହସ ବାହାନାରେ
ଦେଖା ହେବନାହିଁ ତୁମସହ କେବେ
ଜୀବନରେ ଆଉଥରେ ।
ତୁମ ମଥାପରେ ଥାଉ ସୁଖର ଓଢଣୀ
ମୋ ଦେହକୁ ଢାଙ୍କିଥାଉ
କୋହ ଚାଦର
ତୁମ ହାତ ଶଙ୍ଖା ସିଂଥି ସିନ୍ଦୂରକୁ
ନଲାଗୁ କାହାରି ନଜର - - - - -
