
କାହିଁକି ଲେଖୁଛୁ ବାଲିର ଶେଯରେ
ନାଆଁଟିକୁ ଗୋରୀ ତୋର
ଲେଖିବାର ଯଦି ଏତେ ଇଛା ଅଛି
ଲେଖିଦେ ଛାତିରେ ମୋର।
ଚିରି ମୋର ଛାତି ଦେଖି ନେବୁ ସାଥି
ଯେତେବେଳେ ଇଚ୍ଛା ହେବ
ଛାତିରେ ମୋଆର ନାଆଁଟି ତୋହର
ଦୀପ ହୋଇ ଜଳୁଥିବ ।
କେବେ ଲେଖିବୁନି ମାଟିର କାନ୍ଥରେ
ବରଷାକୁ ଭାରି ଡର ।
ଲେଖିବାର ଯଦି ଏତେ ଇଚ୍ଛା ଅଛି
ଲେଖିଦେ ଛାତିରେ ମୋର ।।
ଢେଉ ଛୁଇଁ ଗଲେ ବେଳାଭୂଇଁ ତାର
ନାଆଁ ତୋର ଯିବ ଲିଭି
ବରଷା ଧୋଇଲେ ମାଟିର କାନ୍ଥକୁ
କେତେବେଳେ ଯିବ ଭାଙ୍ଗି
କେବେ ଲିଭିବନି କେବେ ଭାଙ୍ଗିବନି
ଏ ଛାତିଟା ଏମିତି ଘର ।
ଲେଖିବାର ଯଦି ଏତେ ଇଚ୍ଛା ଅଛି
ଲେଖିଦେ ଛାତିରେ ମୋର ।।
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
