କାକର କାଖରେ ମକର ଆସିଛି - ସନ୍ତୋଷ ପଟ୍ଟନାୟକ

0

କାକର କାଖରେ ମକର ଆସିଛି
    ହସି ଖେଳେ ଖିଲି ଖିଲି
ଦିନମଣୀ ତେଜ ଧିରେ ବଢିଯିବ
    ଶୀତଟା ଯିବ ଦୋହଲି....

ବିବାହ ଓ ବ୍ରତ ଜଜ୍ଞ ଅନୁଷ୍ଠାନ
     ଯେତେ ଅଛି ଶୁଭକର୍ମ
ଆରମ୍ଭିବା ପାଇଁ ଉକୃଷ୍ଠ ସମୟ
    ମୃତ୍ୟୁରେ ବୈକୁଣ୍ଠ ଧାମ....

ସାଆନ୍ତାଣୀ କୃପା ଆଶିଷେ ସମ୍ପତ୍ତି
    ଲଭିଛି କୃଷକ ଭାଇ
ଧାନ,ଆଖୁ କେତେ ଅମଳ ହେଇଛି
    ଶ୍ରମ ତା ସାର୍ଥକ ହୋଇ....

ନୂଆଁ ଚାଉଳକୁ ଗୁଡ ଛେନା ଘିଅ
    କ୍ଷୀର କଦଳୀ ନଡିଆ
ସର୍ବ ସମାହାରେ ପ୍ରସ୍ତୁତ ବ୍ୟଞ୍ଜନ
   'ମକର ଚାଉଳ' ନାଆଁ

ସ୍ବତନ୍ତ୍ର ବ୍ୟଞ୍ଜନେ ସ୍ନେହ ପରଶିବ
     ସମର୍ପଣ ପୁଷ୍ପାଞ୍ଜଳୀ 
ଗୃହଦେବତାଙ୍କୁ ଭୋଗ ଲାଗେଇବ
     ବିଶ୍ୱାସ ମନା ଉତ୍କଳୀ....

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 

Post a Comment

0Comments
Post a Comment (0)