ଏବେବି କୁସଂସ୍କାର ଓ ଅନ୍ଧବିଶ୍ୱାସର ବୁଢୀ ଅସୁରୁଣୀଟା
ଜାବୁଡି ଧରିଛି କେରଳର ସବରୀମାଳା ମନ୍ଦିରକୁ,
ଦଶରୁ ପଚାଶ ବର୍ଷର ମହିଳା ଏଠି ଅପବିତ୍ରା
ଅଥର୍ବ ମନମୁଖୀ ଆଇନ୍ ର ନଖଦାନ୍ତ
ଆଁ କରି ଚାହିଁଛି କ୍ଷତ ବିକ୍ଷତ କରିବାକୁ,,
କହୁଛି ତୁମେ ମନ୍ଦିର ପଶିବା ମନା  ।।।
ଏଇ କ'ଣ ମୋ ସାମ୍ୟବାଦୀ ଭାରତବର୍ଷ  ??
ଏଇ କ'ଣ ମୋ ଦେଶର ମହାନ ସଂସ୍କୃତି  ???
ଦିନେ ଶାସ୍ତ୍ର କହୁଥିଲା...
ରଜସା ଶୁଦ୍ଧ୍ୟତେ ନାରୀ...
ଆଜି ତାରକା କୋଲାମ ତୁଳସୀ କହନ୍ତି
ରଜସ୍ୱାଳା ନାରୀ କାଳେ ଅପବିତ୍ରା
ତାଗିଦ୍ କରନ୍ତି;ଯେ କରିବ ପ୍ରବେଶ
ତାକୁ କରାଯିବ ଖଣ୍ଡ ଖଣ୍ଡ...
ବାଃ ବାଃ ରେ ନିର୍ଜୀବ ସମ୍ବିଧାନ
୨୫(୧)ରେ ଦେଲୁ ପୁରୁଷ ନାରୀ ସମଅଧିକାର
ଏବେ ବି ସେହି ନାରୀ ସହୁଛି
ଅଧମଙ୍କ ଖୁଲୁଂ ଖୁଲା ଅନ୍ୟାୟ ଅବିଚାର  !!!
ଶତଧିକ୍ ରେ ଅସହାୟ ନ୍ୟାୟାଳୟ
ଅଠେଇଶ ସେପ୍ଟେମ୍ବର ଅଠରରେ ସିନା
କଲ ନିରପେକ୍ଷ ଦରଦୀ ଆଇନ୍ ସ୍ୱାକ୍ଷର
ଉଠାଇ କଳଙ୍କିତ ନିଷେଧାଦେଶ
ମାତ୍ର ତୁମ ଆଇନ୍ କୁ ବନ୍ଦୀକରି
କେରଳୀ ବଡବଡୁଆ କରୁଛି ଅଟ୍ଟହାସ୍ୟ !!!
ନାରୀ ପରା ଆମ ମା' ଦେବୀ ମହାଶକ୍ତି
ତା ତ୍ୟାଗ,ପରଶ ଅନାବିଳ ସେନେହ ପାଇଁ
ଭଗବାନ ପରା ନୂଆଁନ୍ତି ମୁଣ୍ଡ
ଆଜପ୍ପା ଭଗବାନ ବ୍ରହ୍ମଚାରୀ କ'ଣ କେବେ କହିଛନ୍ତି
ସେ ମା' ଗୋଟେ ଅମଣିଷ  ?
ସେ ଭଉଣୀଟା କ'ଣ ଗୋଟେ ଦେହ ??
ସେ ସ୍ତ୍ରୀ ଟା କ'ଣ ଗୋଟେ ଦ୍ରବ୍ୟ ???
ଭୁଲିଗଲା କି ଭାରତୀୟ ସ୍ୱାମିଜୀଙ୍କ ସଂସ୍କାର
କାହିଁକି ଦଗ୍ଧ ହେଉଛି ନାରୀ ସଙ୍କୋଚ,ଭୟ,ସଂଶୟର ତେଲ କଡେଇରେ
ଅପମାନ,ନିର୍ଯ୍ୟାତନାରେ କାହିଁକି ଜଳୁଛି ତା ସ୍ୱାଧିନତା ସ୍ୱାଭିମାନ
ଏ କ'ଣ ଧର୍ମନିରପେକ୍ଷତା..
ଯେ ଈଶ୍ୱରଙ୍କୁ ମାନସିକ ଓଷା ବ୍ରତ କରି କରିଛି ଆମକୁ ଜନ୍ମ
ତା'ର ମନ୍ଦିରକୁ ପ୍ରବେଶ ଅଧିକାର ନିଷେଧ  !!!
ଏଇ କ'ଣ ନାରୀଜାତିକୁ ସମ୍ମାନ ???
ବିଚାର ଆପଣଙ୍କର......
ସତରେ ଏ ସମ୍ମାନନୀୟା ନାରୀ କ'ଣ ଅପବିତ୍ରା.. 
ଏଇ କେତେଜଣଙ୍କ ପାଇଁ ?????

(୩୦/୧୦/୧୮ ସମ୍ବାଦ ୬ଷ୍ଠ ପୃଷ୍ଠାର *ପ୍ରଧାନ ମନ୍ତ୍ରୀଙ୍କୁ ଜଣେ ଅପବିତ୍ର ମହିଳାର ଚିଠି* ଲେଖିକା ଡଃ ଗାୟତ୍ରୀବାଳା ପଣ୍ଡାଙ୍କ ଲିଖିତ ଶୀର୍ଷକ କଥାବସ୍ତୁ ଆଧାରିତ)

ନାରାୟଣ ଚନ୍ଦ୍ର ସେନାପତି
ସରକାରୀ ଉ.  ପ୍ରା. ବିଦ୍ୟାଳୟ, ତେଲକୋଇ,
କେନ୍ଦୁଝର, ପିନ୍ - ୭୫୮୦୧୯