ଘରଚଟିଆଟି
ଆଞ୍ଜୁଳାଏ ପାଣି ପାଖକୁ
ଯାହା ସଞ୍ଚିଥିଲା
ଏଇ ଟିକିଏ ବର୍ଷାପରେ
ରାସ୍ତାର ଖାଲୁଆ ମାଟିରେ...
ଦେଖିବାକୁ ଲାଗିଲା
ସେ ପାଣିଛାଇରେ
ନିଜକୁ
ଜୀବନର କିଛି
ବଞ୍ଚିଥିବା ଆଶାକୁ
ଯାହାଥିଲା ଅକଳ୍ପନୀୟ
ତା’ ପାଇଁ...
ତା’ର ଏଇ ବିବଶତାରେ
କିଏ ବି ସାଥି ନଥାନ୍ତି
ହେଲେ ବି ପୁଣି
କେଉଁଠୁ ଘୋଟିଆସିଲା
ସୂର୍ଯ୍ୟର ପ୍ରଚଣ୍ଡ ଖରା
ଯାହା ସେ ଜାଣିଥିଲା...
ହେଲେ ହଜିହଜି
ଯାଉଥିଲା ତା’ର ଶୋଷ
ଆଉ ସେ ପାଣିଛାଇ।
ଜୀବନଟା ଠିକ୍ ଏଇ
ପାଣିଛାଇ ପରି
ଯାହା ସ୍ଥିର
ତାହା କ୍ଷଣସ୍ଥାୟୀ,
ଯାହା ଚିର
ତାହା ଅସ୍ଥିର ॥

