
ବେଳ ଅବେଳରେ ମନେପଡି ଯାଏ
ତୁମ ଲାଜୁଆ ଲାଜୁଆ ମୁହଁ ର ହସ ଟିକକ
ମହୁଲ ଫୁଲର ବାସ୍ନା ପରି ଆବୋରି ନେଇଯାଅ
ମୋ ମନର ଗନ୍ତାଘର ଏବଂ ଶୁନ୍ୟତାକୁ
ଚିତ୍ରପଟରେ ଭାସିଆସେ ସେଇ ଝାପସା ଝାପସା
ସୂର୍ଯ୍ୟଦୋୟ ତୁଲ୍ୟ ହସ ହସ ମୁହଁ ,
ଏବେ କିନ୍ତୁ ସେସବୁ ଯେଉଁଠୁ ଆରମ୍ଭ ସେଇଠି ଶେଷ,
ସବୁ ଅଙ୍କ ମନସାଙ୍କ ଭୁଲଭାଲ ହେଇଯାଇଛି ,
ସମ୍ପର୍କର ଅପହଞ୍ଚ ଇଲାକାରେ
କେତେଯେ କାହାଣୀ ଛପିରହିଛି
ସେସବୁ ଏବେ କେଉଁ ଏକ ଦିଗ୍ବଳୟର ସେପାରିରେ
ଏବେ କିନ୍ତୁ, ସେସବୁ ଭାବିବାକୁ ମନା ,
ଛୁଇଁବା ତା ଦୂରର କଥା
ସ୍ୱପ୍ନ ଦେଖିବା ବି ବୋଧେ ଅପରାଧ ହେଇଯିବ,
ଏବେ ତ ହସିବାକୁ ବି ମନା,
କେବଳ ଅଭିନୟ ହିଁ ଅଭିନୟ
ନିର୍ଦ୍ଦେଶକ କିମ୍ବା ଦର୍ଶକ ଙ୍କ ଆବଶ୍ୟକ ପଡୁନି
କାରଣ ତୁମେ ଶିଖେଇ ଦେଇଯାଇଛ
ଅଭିନୟ ପ୍ରସ୍ତୁତି ଏବଂ ଅଭିନୟ କରିବାର କଳା,
Rabindra Kumar Biswal
Acharya Vihar, Bhubaneswar, Pin-751013
