ସ୍ମୃତି - ରମ।କାନ୍ତ ମିଶ୍ର

0

ସ୍ମୃତି ତକ ଜୀବନର ସାଥି
ଜୀବନରେ ଆଉ ଅଛି କଣ ?
ଆସି ଥିଲୁ ଖାଲି ହାତେ
ଚାଲିଯିବୁ ଖାଲି ହାତେ
ଜୀବନଟା କିନ୍ତୁ କଟି ଗଲା
ହାତ ମୁଠା ବନ୍ଦ କରିବାରେ
ଯାହା ସବୁ ଠୁଳାଇଲୁ
ତାହା କିନ୍ତୁ ଯିବ ନାହିଁ ସାଥେ
କିନ୍ତୁଆମେ ମୁଠା ବନ୍ଦ କରୁ
ଯାହା ପାଉ ଜାବୋଡି ଧରୁ
ସ୍ମୃତି କିନ୍ତୁ ଜୀବନରେ ମୂଲ୍ୟବାନ
ତାକୁ ଧରିବାକୁ ପଡେ ନାହିଁ
ସେ ବର୍ଷ। ଭିଜା ସବୁଜିମା ପରି
ଆପେ ଆପେ ବଢି ଚାଲେ
ସବୁ ଅନାଦର ଅଯତ୍ନ ସତ୍ୱେ
ଆମ ସହିତ ଜନ୍ମ ହୋଇଥିଲା ଆମର ଛାଇ
ପରେ କିନ୍ତୁ ବଢି ଚାଲିଲା ସ୍ମୃତିର ସଂସାର
ମନର ଗହିରି କୋଣେ ପୁରି ରହେ ସ୍ମୃତି
ଛାଡେ ନାହିଁ ଥିବା ଯାଏ ଜୀବନରେ ସ୍ଥିତି । 

ରମ।କାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧ 
ମୋବାଇଲ - ୯୯୩୭୨୬୮୦୧୨

Post a Comment

0Comments
Post a Comment (0)