ମନ୍ ମାଗିଥିଲୁ, ମନ୍ ଦେଇଥିନି
ମନ୍ କେ ଦେଲୁ ମୋର୍ ଭାଂଗି,
ଫୁଲ୍ ଲେଖେ ମତେ ଛିଡେଇ ନେଇ
ଫିକି ଦେଲୁ ଟିକେ ସୁଂଘି  ।
ଜୀବନ୍ ଠାନୁ ଜହ ଜରୁରତ୍ ଥିଲୁ
ହେଲେ ଇ ଜୀବନ୍ ଦେଲୁ ଜାଲି ,
ଟାନୁଆଁ ଧାରେଲୋ ଟଁଟି କାଟି ଦେଲୁ
ହେଇକରି ବେଁକର୍ ମାଲି ।
ଧୋକା ପାଇ ତୋର୍ , ଦରଦ୍ ସହେବାକେ
ମୋର୍ ହୁରୁଦ୍ ନେ ନାଇଁନ ତାକତ୍ ,
ଶେଷ୍ ଚିଠି ତତେ ଲେଖୁଛେଁ ପ୍ରିୟାରେ
ମୋର୍ ଛାତିନୁଁ ଝରେଇ ରକତ୍ ।
ଯାହିଁ ଥିଲେ ତୁଇ ହଁସି ଖୁସି ରହ
ଦୁଖ୍ ନାଇଁ ଆସୁ କେଭେ ,
ଭୁଲିଯିବୁ ମନୁ , ପୁଛି ହେଇକରି
ତୋର୍ ଆଁଖି ଲହ ଝରବା ଯେଭେ ।
ମୋର୍ ଠାନୁ ତୁଇ ଦୁର୍ ହେଇଗଲୁ
ଦଇବ ଦେଇଥିଲା ଲେଖି ,
ସାରା ଜୀବନ୍ ମୁଇଁ ଖୁସି ହେମି ଲୋ
ତୋର୍ ମୁହେଁ ଖୁସି ଦେଖି ।

ସମୀର କୁମାର ମହାମଲ୍ଲୀକ
ମଧ୍ୟପଡା, କୁଶୁର୍ଡା, ସୋହେଲା, ବରଗଡ଼