ମହାତ୍ମା ଗାନ୍ଧୀ - ସାଗର ପ୍ରଧାନ
ହେ ମହାତ୍ମା ତୁମେ ଭାରତ ଭୂଇଁ ରେ
ନିଅ ବାରେ ଅବତାର
ଅହିଂସା ର ସ୍ଥାନ ତିଳେ ମାତ୍ର ନାଇ
ବଢିଲାନି ହିଂସା ଭାର।
ସତ୍ୟ ର ସନ୍ଧାନ ମିଳୁନାହିଁ ଏଠି
ଅସତ୍ୟ କରେ ରାଜୁତି।
ଦୁର୍ନୀତି ପଙ୍କରେ ବୁଡେ ରାଜନେତା
କଳୁଷିତ ରାଜନୀତି।
କେତେ ନିର୍ଯାତନା ତାଡନା ପୀଡନା
ସହୁଅଛି ନାରୀ ଜାତି
ଦିବସ ଭାଷଣ ନର ବାଜିଗଣ
ଭିନ୍ନ ହୁଏ ହେଲେ ରାତି।
ଦରିଦ୍ର କୃଷକ ହେଉଛି ଶୋଷିତ
ମହାଜନ କର ଧାରେ
କର ଭାର କଷ୍ଟ ନ ପାରଇ ସୁଜି
ଆତ୍ମହତ୍ୟା କରି ମରେ।
ଧନୀ ମୁଷ୍ଟିମେୟ ମହଲରେ ବାସ
ଗରିବ ଲୁଣ୍ଠିତ ହୁଏ
ଖରା ବର୍ଷା ସହି ଶୀତ କାକରରେ
ରାସ୍ତାରେ ଜୀବନ ଯାଏ।
ଭାରତ ଭୂମିରେ ନେଇ ନବ ଜନ୍ମ
ବଦଳାଇ ଦିଅ ଦିନ
ହିଂସା କୁ ତୁମେ ଦିଅହେ ଦୁରେଇ
ଅହିଂସା କର ସ୍ଥାପନ।
ସାଗର ପ୍ରଧାନ, ଗଂଜାମ