ମା ଦୁର୍ଗା ତୁମେ ଧରାବତରଣ କରିବ
ଆଶ୍ବିନ ର ଆଶା ନେଇ,
ରୂପ ବଦଳାଇପାରିବ ଧରିତ୍ରୀ ମାତାର?
ବଧ କରିପାରିବ କଳିଯୁଗ ରାକ୍ଷସ ମାନଙ୍କ ର?
ତୁମ ଆଗମନେ ବର୍ଷାରାଣୀ ଗାଇବ ଗୀତ,
ନୂପୁରର ତାଳେ ତାଳେ ନାଚିବ ଧରଣୀ,
ଉଲ୍ଲସିତ ହେବ ତନୁ ମନ ପ୍ରାଣ।
ଝରଣାର ଜଳସ୍ରୋତ ହୋଇବ ଅଧିର!
କ୍ଷଣ କ୍ଷଣେ ମେଘଡମ୍ବରୁ ବଜାଇବ ବାଜା,
ମା ଦୁର୍ଗା ଆସିବେ ଭୂପୃଷ୍ଠେ
ଧୋଇଦେବେ କାଳୀମାର ଦାଗ।
ପୋଛିଦେବେ ଅମାବାସ୍ୟା ର ଅନ୍ଧାର
ପରିପୁଷ୍ଟ ହେବ ଦୁଽଖ ଯାତନା ଆତ୍ମଅଭିମାନ
ସ୍ବାଭିମାନୀ ଭୁଲିବେ ଠିକଣା
ଭୋଗରାଗ ବଢ଼ାଯିବ
ସତେକଣ ଭୁଞିବ ମୋ ମା?
ସେ ତ ଶକ୍ତି ସ୍ବରୁପୁଣୀ ବିପଦ ନାଶିନୀ
ପୁଣି ଅଭୟବରଦାୟିନୀ।
କୁଟ କପଟତାର ଉର୍ଧରେ ତାର ଜିଜ୍ଞାସା।
ଶୋଭାପାଉଥିବ ବାରହାତ ଖଡ୍ଗ;
କେତେ ଲାଂଛନା କେତେ ପ୍ରତାରଣା?
ମା ମୋର ହୁଏ ସଜବାଜ
ଆର୍ତଚିତ୍କାର ଶୁଭୁଛି ଗଗନେ।
ମନଊଣା କରନାହିଁ
ସବୁରି ହୃଦୟେ ବିରାଜିତା ସେ!
ଥରେ ନିଽସ୍ବାର୍ଥ ନିଽସନ୍ଦେହରେ ଡାକ ତ୍ରାହି ତ୍ରାହି।
ଅପସରି ଯିବ ନିଶ୍ଚେ ଦୁଽଖ ଓ ଯନ୍ରଣା।
ଆନନ୍ଦର ଫଗୁ ବିଂଚିବ ଚତୁଃର୍ଦିଗେ
ମୋ ଠାରୁ ବଡ ତା ଠାରୁ  ବଡ
ଗର୍ବଅହଂକାର ତେଜିଣ ପଶିଯାଅ ବିଜୟାଦଶମୀରେ
ଶରଣ  ତାର ଶ୍ରୀଚରଣ ଧାୟୀ!
କାଳେ ମହୀଁଷସୁର ବଧ ନକରିବ ସେହି?

ମାନସ ରଞ୍ଜନ ପଟ୍ଟନାୟକ
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ