
ସପନ ଗୁଡାକ ସପନରେ ରହୁ
ଲାଗୁ ପଛେ ଏକା ଏକା
ଜୀବନ ବାଟରେ ତୁମରି ସାଥିରେ
କେବେବି ନହେଉ ଦେଖା- - - - -
ନୂଆ ଠିକଣାରେ ତୁମେ ରହିଥାଅ
ସୁଖ ସାଗରକୁ ଛୁଇଁ
ଏସାରା ଜୀବନ ମୋ ଦୁଇ ଆଖିରୁ
ବହୁଥାଉ ଲୁହ ନଈ ।
ତୁମ ଜୀବନରେ ଫଗୁଣ ବରସୁ
ମୋ ଜୀବନ ପଡୁ ଫିକା
ଜୀବନ ବାଟରେ ତୁମରି ସାଥିରେ
କେବେବି ନହେଉ ଦେଖା - - - -
ଆମ ପ୍ରେମ ସିନା ସପନେ ରହିଲା
ତୁମେ ଗଲ ପରକରି
ଦେଖାହେଲେ ବୋଧେ
ଅତୀତ ଭାବନା
ନିମିଷକେ ଯିବ ମରି ।
ଇତର ଲୋକର ମନ ମନ୍ଦିରରେ
ଜଳୁଥାଉ ପ୍ରେମ ଶିଖା
ଜୀବନ ବାଟରେ ତୁମରି ସାଥିରେ
କେବେବି ନହେଉ ଦେଖା ।
ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରାଧା
