ହେ ଶ୍ରୀରାମ...
ତୁମେ ସିନା ଆବିର୍ଭାବ ହେଲ
ସୃଷ୍ଟିର ଆହ୍ୱାନରେ ସତ୍ୟକୁ ଅନ୍ତରେ ଧରି-
ଆଜିଏ ପବିତ୍ର ଦିନରେ-
ଓଡିଆ କନ୍ୟା ମା କୌଶଲ୍ୟାଙ୍କ ଗର୍ଭରୁ:
ହେଲେ ମର୍ଯ୍ୟାଦାପୁରୁଷ ଭାବେ
ବିଶ୍ୱ ତୁମ ଝଲକରେ ପାଇଲା-
ରାମରାଜ୍ୟ ନିର୍ମାଣର କୌଶଳ,
ଶରଧା ସମ୍ମାନ ଓ ବିଶ୍ୱାସର ତରଙ୍ଗରେ-
ହଲଚଲ କରିଦେଲ ଶତୃର ଛାତିକି-
ଭରିଦେଲ ଅହିଂସା, ଉଦାର ଚଞ୍ଚଳ।
ତୁମ ଭଲପାଇବାରେ ଚକ୍ରାନ୍ତକାରୀ ମା'ଟା ହାରିଗଲା
ଶତ୍ରୁକୁ ଗୁରୁକଲ ଶିଖିଲ ରାଜନୀତି ବିଚରା ଖୁସିହେଲା
ତୁମକୁ ଜପି ଜପି ତରିଗଲା ତପିଟା
ମରା ମରାଗାଇ ବି ଦସ୍ୟୁହେଲା ଶ୍ରେଷ୍ଠଋଷି ବାଲ୍ମୀକି
ତୁମ ନାମ ମନ୍ତ୍ରକରି ମହାଶୂନ୍ୟରେ ଉଡିଲା ଭକ୍ତ
ପଥର ଛୁଇଁ ପାପଶୂନ୍ୟକରି ଉଠାଇଲ ଅହଲ୍ୟାକୁ
ଖାଇଲ ଶବରୀ ଅଇଁଠା ଦେଲ ମର୍ଯ୍ୟାଦା ସେ ହୀନକୁ..ଆଉ
ନିଷ୍ପାପର ସୁରକ୍ଷା ପାଇଁ ବଦ୍ଧି ରାକ୍ଷସଙ୍କୁ।
ମାନବଲୀଳା ଥିଲା ସିନା ଉଦ୍ଦେଶ୍ୟ
ସେହି ଛଳେ ଶିଖାଇଲ ପିତୃଭକ୍ତି
ପତ୍ନୀପାଇଁ ପତିର ଦାୟିତ୍ୱ
କେତେ ? କ'ଣ ? ସତୀର ସତୀତ୍ୱ
ତ୍ୟାଗଦେଇ ସୃଷ୍ଟିକଲ ଭ୍ରାତୃଭକ୍ତି
ସୂଚାଇଲ...
ରାଜକୁମାର ବି ପୂଜିପାରେ ପାଦୁକାକୁ
ଭୋଗଛାଡି ସାଜିପାରେ ବନବାସୀ
କି ନିସ୍ୱାର୍ଥପରତା !
ତୁଚ୍ଛକଲ ରାଜ ସିଂହାସନ
ଅମୀୟ ବ୍ୟବହାରରେ କିଣିଲ ପ୍ରଜାଙ୍କ ମନ
ଝୁରିଲେ ଅଯୋଧ୍ୟାବାସୀ ତୁମ ବିନା
ଧକେଇ ଧକେଇ।
ପ୍ରଜାରଞ୍ଜକ ସାଜିଲ ପରୋକ୍ଷରେ
ତେଜିଲ ଜାନକୀକୁ ବାହାନାରେ
ମାତ୍ର କଦାକାର ତାଚ୍ଛଲ୍ୟକାରୀଙ୍କ ସମୀରରୁ
ଦୂରେଇ ରଖିବାକୁ
ସତୀ ଓ ସତୀତ୍ୱର ସତ୍ତାକୁ
ଦେଖାଇଲ ଜାନକୀର ଶକ୍ତି
ଆଖି ଲୁହରେ କେମିତି ଫାଟେ ବସୁଧା !
କ'ଣ ଯେ ଥିଲା ତୁମର ?
ଆଜିବି ବିଶ୍ୱ ଝୁରେ ତୁମ ଆଦର୍ଶରେ   କହି କହି
କହୁଥିବ ଯୁଗ ଯୁଗ ପାଇଁ
"ରାମରାଜ୍ୟ" "ମର୍ଯ୍ୟାଦାପୁରୁଷ" "ପୁରୁଷୋତ୍ତମ" ପରି
କେତେକ ଅମୁଲ୍ୟ ଶବ୍ଦକୁ,
ସୃଷ୍ଟିଥିବାଯାଏ ମାନବ ଝୁରୁଥିବ
ତୁମକୁ....
ତୁମ ସଂସ୍କୃତି ଓ ତୁମ ଆଦର୍ଶକୁ।

ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ
ସରକାରୀ ଉ. ପ୍ରା. ବିଦ୍ୟାଳୟ
ଡିମିରିଆ, ତେଲକୋଇ, ପିନ୍-୭୫୮୦୧୯