ଘରଣୀ ତୁମର ମାତା ଲକ୍ଷ୍ମୀ, ସରସ୍ୱତୀ
ଘଟ ସବୁଯାକ ତୁମ ନିର୍ଦ୍ଦେଶେ ଚାଲନ୍ତି ।
ଘାଇଲା ଭକତ ହୁଏ ଦରଶନ ବେଳେ
ଘାଟା ହେବନାହିଁ ତୁମ ଖ୍ୟାତି କେବେହେଲେ ।
ଘିଅ ଦୀପ ଜାଳି ଭକ୍ତ ମାନସିକ କରେ
ଘିଅନ୍ନ ତୁମର ଖାଇ ତୁମକୁ ସେ ଝୁରେ ।
ଘୁଙ୍ଗୁର ବାନ୍ଧି ନାଚନ୍ତି ତୁମ ଦେବଦାସୀ
ଘୁଙ୍ଗୁଡି ତାପରେ ଆସେ ହେଲେ ଗାଢ ରାତ୍ରୀ ।
ଘୂକ ବାହାନଟି ପ୍ରିୟ ମାତା ଲକ୍ଷ୍ମୀଙ୍କର
ଘୂରିଥାନ୍ତି ତାକୁ ନେଇ ମାତା ଘର ଘର ।
ଘୃଣା ଶଦ୍ଦ ନାହିଁ ଜଗା ତୁମ ଶଦ୍ଦକୋଷେ
ଘୃତାହୁତି କରେ ଭକ୍ତ କୋଳାଅ ତୁରନ୍ତେ ।
ଘେଷରିବା ମୂର୍ତ୍ତି ତୁମ୍ଭ ଗରୁଣ୍ଡି ଗୋପାଳ
ଘେଂଚ ହୁଅ ମହାବାହୁ ଭକ୍ତ ଦେଖି ଭୋଳ ।
ଘୋଷିତ ହୋଇଛି ତୁମ୍ଭ ଯଶ ଜଗନ୍ନାଥ
ଘୋଷଯାତ୍ରା ତୁମ୍ଭ ପୃଥିବୀରେ ଯେ ବିଖ୍ୟାତ ।

(ଟୀକା= ଘଟ-ଆତ୍ମା, ଘାଏଲା-ଆହତ, ଘାଟା-କମିବା, ଘିଅନ୍ନ-ଘିଅରେ ଗୋଳା ଭାତ, ଘୂକ-ପେଚା, ଘୃତାହୁତି-ଘିଅକୁ ଆହୁତି ଦେବା, ଘେଂଚ-ନିବିଡ, ଘେଷରିବା- ଗୁରୁଣ୍ଡିବା, ଘୋଷିତ-ପ୍ରଚାରିତ)

ଇଂ ଦୀପ୍ତି ରଂଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ୱର
ଦୂରଭାଷ : ୯୪୩୭୦୮୧୩୩୩