ଗଜମୋଚନରେ ପ୍ରଭୁ ଯଶ ଅରଜିଲ
ଗତି ମୁକତିର ଦାତା ସର୍ବେ ପାରିକର ।
ଗାଣ୍ଡିବଧାରୀଙ୍କ ସାଥେ ସାରଥି ସାଜିଲ
ଗାନ୍ଧାରୀଙ୍କ ଅଭିଶାପ ହସି ମାନିନେଲ ।
ଗିରି ଗୋବର୍ଦ୍ଧନ ଟେକିଥିଲ ଦ୍ୱାପରରେ
ଗିରିଧାରୀ ନାମେ ତେଣୁ ଜଣା ଏ ମହୀରେ ।
ଗୀତାଜ୍ଞାନ ପାର୍ଥେ ଦେଲ ମହାଭାରତରେ
ଗୀତଗୋବିନ୍ଦ ଶୁଣୁଛ ପହୁଡ ପୂର୍ବରେ ।
ଗୁଆ ଆଗ ତୁମେ ପାଅ ଶୁଭକାମ ହେଲେ
ଗୁଣ୍ଡିଚା ଘରକୁ ଯାଅ ରଥ ଯାତରାରେ ।
ଗୂଢ ତଥ୍ୟ କାଳିଆର ସଭିଙ୍କୁ ଅଜ୍ଞାତ
ଗୂଢମାର୍ଗ କର ଜ୍ଞାତ ପ୍ରଭୁ ଜଗନ୍ନାଥ ।
ଗେହ୍ଲା ତୁମେ ଜଗନ୍ନାଥ ଅତି ଭକତର
ଗେଜା ଆମେ ବୁଦ୍ଧି ଦିଅ କାଳିଆ ଠାକୁର ।
ଗୈରିକବସନଧାରୀ ହୋଇ ଶୁଦ୍ଧ ଚିତ୍ତ
ଗୈରତ ଭାବେ ଡାକଇ ପ୍ରଭୁ ଜଗନ୍ନାଥ ।
ଗୋବିନ୍ଦ ଗୋବିନ୍ଦ ଡାକି ଡାକି ନିରନ୍ତରେ
ଗୋଛିକାରମାନେ ସେବା କରନ୍ତି ମନ୍ଦିରେ ।
ଗୈାଡିୟମାନଙ୍କ ତୁମ୍ଭେ ପ୍ରଧାନ ଠାକୁର
ଗୈାରବ ତୁମ୍ଭେ କାଳିଆ ଓଡିଆ ଜାତିର ।

(ଟୀକା= ଗୂଢ-ଗୁପ୍ତ, ଗୂଢମାର୍ଗ-ଗୁପ୍ତବାଟ, ହୃଦୟ, ଗେଜା-ମୁର୍ଖ, ଗୈରତ-ଗୋପନ, ଗୋଛିକାର-ଜଗନ୍ନାଥଙ୍କର ସେବକ)

ଇଂ ଦୀପ୍ତି ରଂଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ଵର
ଦୂରଭାଷ - ୯୪୩୭୦୮୧୩୩୩