ତିନୋଟି କୁହୁକ ଅକ୍ଷର ସଙ୍ଗମରେ
ଗଢିଲ ଏକ ଯାଦୁକାରୀ ଶବ୍ଦ
ତାର ଅଦ୍ଭୂତ ମନ୍ତ୍ରର ପଞ୍ଚଜନ୍ୟ ଶଙ୍ଖ ଫୁଙ୍କିଲ
ଜିଣିଲ କୋଟି କୋଟି ଭାରତୀୟଙ୍କ ହୃଦୟ
ଖଣ୍ଡ ବିଖଣ୍ଡ ଭାରତବର୍ଷକୁ କଲ ଅଖଣ୍ଡ
ସାଜିଲ ମୈତ୍ରୀର ସର୍ଦ୍ଦାର
ଅଖଣ୍ଡତାର ଭାଇ ବଲ୍ଲଭ
ହେ ଏକତାର ପୂଜାରୀ ପଟେଲ
ତୁମ ସ୍ୱନକ୍ଷତ୍ର ଦିବସରେ ଘେନ
କୋଟି କୋଟି ସଂଗ୍ରାମୀ ଜୁହାର..॥
ଆଜି ବି ଶିହରାଏ ତୁମ ପ୍ରୀତିବୋଳା ସେଦିନର ସ୍ୱର
ମୋ ଜନ୍ମଭୂମି...ମୋ ଧ୍ୱଜା
ମଲାଯାଏ କରୁଥିବି ତା'ର ପୂଜା
ଆଖିରୁ ଝରାଏ ଆନନ୍ଦାଶ୍ରୁ
ହୃଦୟ ଆନ୍ଦୋଳିତ ହୁଏ ତୁମ ରାଷ୍ଟ୍ରଭକ୍ତିରେ
କି ଦେଶପ୍ରେମ....କି ନିଷ୍ଠା....
ମଣିଷକୁ ଭଲ ପାଇବାର ଭୀଷ୍ମ ପ୍ରତିଜ୍ଞା ନେଇଥିଲ
ସଭିଙ୍କ ହୃଦ ମନ୍ଦିରରେ ପ୍ରେମର ସଞ୍ଜବତୀ ଜାଳି କଲ ଜାଜୁଲ୍ଲ୍ୟ
ଧନ୍ୟ ସେ ମାତା ଲାଦ ବାଈ
ଧନ୍ୟ ସେ ପିତା ଜାଭେର ଭାଇ
ଦେଇଥିଲେ ମା' ମାଟିକୁ ଏକ ଅମୂଲ୍ୟ ଉପହାର
ସେହି ପୁଣ୍ୟାତ୍ମାଙ୍କ ପାଦତଳେ ମୋ କୋଟି ଜୁହାର॥
ତୁମ ହୃଦୟ ଥିଲା ଫୁଲଠୁ କୋମଳ ଜହ୍ନଠୁ ଶୀତଳ
ବିଚରା ମାଟିର ମଣିଷଙ୍କ ପାଇଁ କାନ୍ଦୁଥିଲା ପ୍ରାଣ
ଦରିଦ୍ରଙ୍କ ସେବା କରି ଶିଖାଇଥିଲ ବିଭୂ ପୁଜା
ତୁମକୁ ସିନା ସ୍ପର୍ଶ କରି ନ ଥିଲା ଗର୍ବ ହିଂସା
ହେଲେ ତୁମ ଦାମ୍ଭିକ ବଜ୍ର ବାଣୀ ଦେଇଥିଲା
ଲୌହ ମାନବର ଉପହାର
ସାଜିଲ ଅପ୍ରତିଦ୍ୱନ୍ଦୀ ଏକତାର ସାହେନ୍ସା...
ତୁମ ସତ୍ ଚିନ୍ତାକୁ ମୋ କୋଟି ନମସ୍କାର॥
ତୁମେ ଥିଲ ଭାରତର ବିସ୍ ମାର୍କ
ଭିନ୍ନ ରୂପ ରଙ୍ଗରେ ବି ଗୁନ୍ଥୁଥିଲ ଅନେକଫୁଲର ମାଳଟିଏ
ଦ୍ୱୀତିକୃଷ୍ଣ ପରି ଥିଲା ତୀକ୍ଷଣ ଦୃଷ୍ଟି
ଏକ ଲକ୍ଷ୍ୟ ମାତୃଭୁମିର ସ୍ୱାଧିନତା
କଲ ବିପ୍ଳବ ..ଆନ୍ଦୋଳନ...
ଲୋଡିଲ ବିଶ୍ଳେଷଣ.ସଂଶ୍ଳେଷଣର ଅମୂଲ୍ୟ ସୂତ୍ର..
"ଏକତା".......
ରାଷ୍ଟ୍ରୀୟ ଏକତାରେ ଗଢିଲ ବସୁନ୍ଧୈବ କୁଟୁମ୍ଭକମ୍ ସାମ୍ରାଜ୍ୟ
ଧନ୍ୟତୁମେ ସ୍ୱାଭିମାନୀ ଈଶ୍ୱର
ହେ ବୀରପୁଙ୍ଗବ ଭାରତମାତାର ଦାୟାଦ
ତୁମ ପାଦେ ଅନନ୍ତ କୋଟି ନମସ୍କାର...॥
ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ,
ସରକାରୀ ଉ. ପ୍ରା. ବିଦ୍ୟାଳୟ, ଡିମିରିଆ,
ତେଲକୋଇ, କେନ୍ଦୁଝର, ପିନ୍-୭୫୮୦୧୯
0 Comments
You can write now your valuable comments here. Off-topic comments may be removed or deleted without prior notice.