ଜାଣି ନଥିଲି ଏତେ କମ୍ ଦିନରେ
ଆମ ଏ ସମ୍ପର୍କର ଅନ୍ୟନାମ
ପ୍ରେମ ହେବ ବୋଲି...!
ମୋର ନିଜର ଅନିଚ୍ଛାରେ
କେମିତି କେଜାଣି ବନ୍ଦୀ ହୋଇଗଲି
ତୁମ ପାଖରେ
ନା ବଢି ପାରୁଛି ଆଗକୁ
ନା ପାଦ ଫେଋଛି ପଛକୁ
ଡେଣା ନଥିବା ପ୍ରଜାପତିଟେ ପରି
ବାରବାର ଉଡିବାର ଚେଷ୍ଟା
ବିଫଳ ହୁଏ
ଜୀବନ ର ପ୍ରଲମ୍ବିତ ରାଜରାସ୍ତାରେ..
ତୁମେ କଣ କେବେ ବୁଝିପାରିଛ
ମୋର ଯନ୍ତ୍ରଣାକୁ
ଏକ ଲେଲିହାନ୍  ଅଗ୍ନୀକୁଣ୍ଡରେ
ଜାଜ୍‌ଞସେନୀ ପରି
ଜାଳି ଚାଲିଛି ନିଜକୁ..
ବିନା ସର୍ତ୍ତରେ ଗ୍ରହଣ କରିନେଇଛି
ତୁମର ସବୁ ଅସ୍ତିତ୍ୱ...
ମୋର ସବୁ ବର୍ତ୍ତମାନ ଆଉ ଭବିଷ୍ୟତ
ପିନ୍ଧା ପଣତ ରେ ବନ୍ଧା ଏବେ |
ଧରି ନେଇଛି ଯେବେଠାରୁ ତୁମ ହାତ
ସନ୍ଧି କରିଛି ନିଜ ସହ
ସାଥୀ ହେବା ପାଇଁ
ତୁମର ପ୍ରତିଟି  ଦୁଃଖ ଆଉ ସୁଖରେ....

ଇଂ ସସ୍ମିତା ବେହେରା 
ସୋଲର, ଛତିଆ, ଯାଜପୁର