[19/08, 11:03 PM] Sidheswar: ଅଟଳ କୁ ଆଜି ଦେଶନୁହେଁ ଖାଲି
ସାରା ବିଶ୍ୱ ଝୁରି ହୁଏ
ମମତା ପଖଳା ସରଳ ମଣିଷ
ତାଙ୍କ ପରି ହେବ କିଏ ?
ଗରିବ ହୋଇଲା ଭାରତ ଜନନୀ
କାନ୍ଦୁଅଛି ମୁଣ୍ଡ କୋଡି
ମଣିଷ ପଣିଆ ସୂର୍ଯ୍ଯ ଅସ୍ତ ହେଲେ,
ଆସଇ ଅନ୍ଧାର ମାଡି ।।
ଧନୀ ନୁହେଁ ସିଏ ,କୋଟି କୋଟି ଟଙ୍କା
ସୁନା ରୁପା ଅଧିକାରୀ
ଧନୀ ସେହି ଲୋକ କୋଟି ହୃଦୟରେ
ରହିଥାଏ ଯିଏ ପୂରି ।।
ସେହିପରି ଜଣେ ଧନୀ ଚାଲିଗଲା,
ଭାରତ ହୁଅଇ ଝୁରି
ସରଳ ଜୀବନ ଉଚ୍ଚ ଆଦରଶ
କିଏ ହେବ, ତା'ର ସରି ।।
ଫୁଲ ଜଣାପଡେ ସୁବାସରୁ ସିନା,
ସୁଗୁଣରୁ ଜଣା ନର
ଆଚାର, ବିଚାର ବଡ କରିଥାଏ,
ଅମର ସ୍ମୃତି ତୁମର ।|
ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର
ଏନ ସି କଲେଜ , ଯାଜପୁର
ପ୍ରତିଯୋଗିତା ନିମନ୍ତେ ।🙏
[19/08, 11:03 PM] Sidheswar: ଝୁରୁଛି ତୁମକୁ ଦେଶ
ତୁମରି ବିହୁନେ ଗୁମୁରି କାନ୍ଦୁଛି
ଆଜି ପରା ପୁରା ଦେଶ
ତୁମେ ରଚିଥିଲ ମାଟି ମାଆ ପାଇଁ
ନୂଆ ଏକ ଇତିହାସ ।
ସବୁ ଜନତାଙ୍କ ହୃଦୟରେ ତୁମେ
ରହିଥିଲ ଘର କରି
ତୁମ ବିୟୋଗରେ ସବୁରି ଆଖିରୁ
ଲୁହ ପଡୁଅଛି ଝରି ।
ଭାରତ ରତନ ତୁମେଯେ ମହାତ୍ମା
ଧନ୍ୟ ତୁମ ଦେଶ ପ୍ରୀତି
କୋଟିଏ ଜନତା ଝୁରନ୍ତି ତୁମକୁ
ଭାଳି ତୁମ ଯଶ କୀର୍ତ୍ତି ।
ତୁମେତ ଅଟଳ ଅମର ରହିଛ
କୋଟି ଜନତାଙ୍କ ପ୍ରାଣେ
ସମସ୍ତେ ଜାଣନ୍ତି ଭାରତ ପାଇଁକି
କୋଟିଏରେ ଥିଲ ଜଣେ ।
ତୁମରି ଆତ୍ମାର ଶାନ୍ତି ପାଇଁ ଆଜି
ଚାହୁଁଛି ସଭିଙ୍କ ପ୍ରାଣ
କିଏସେ ସୁଝିଛି ସୁଝିକେ ପାରିବ
ତୁମ ଗୌରବର ଋଣ ।
*****
ପ୍ରଶାନ୍ତ କୁମାର ନାଥ
ପ୍ରତିଯୋଗିତା ନିମନ୍ତେ
[19/08, 11:03 PM] Sidheswar: ..ଅମ୍ଳାନ ଅଟଳ....
ହେ ପ୍ରଥିତଯଶା ଯୁଗଜନ୍ମା ଆତ୍ମା
ଛାଡି ଚାଲିଗଲ କାହିଁ
ସର୍ବତ୍ର ଶୁଭୁଛି କ୍ରନ୍ଦନର ଧ୍ୱନି
ତବ ଶୂନ୍ୟସ୍ଥାନ ପାଇଁ ।।
ପଦ୍ମବିଭୂଷଣ ,ଭାରତ ରତନ
ପ୍ରବାଦ ପୁରୁଷ ତୁମେ
କବି ,ଦାର୍ଶନିକ ,ବାଗ୍ମୀ ବ୍ରହ୍ମଚାରୀ
ଜନ୍ମି ଗୋଆଲିୟର ଗ୍ରାମେ ।।
କାର୍ଗିଲ ଯୁଦ୍ଧ ଠାରୁ ପୋଖରାନ ବୋମା
ଜାତିସଙ୍ଗେ ଜୟ ସ୍ତୁତି
ଲାହୋର ପର୍ଯ୍ୟନ୍ତ ବସ ଚଳାଚଳ
କାଳ ଅଛି ମୂକସାକ୍ଷୀ ।।
ନାମଟି ଅଟଳ କାମରେ ଅଚଳ
ଲେଖନୀ ଯେ କାଳଜୟୀ
ମରତ ଗଗନେ ଦୀପ୍ତିମନ୍ତ ଶଶୀ
ଦିଗଦ୍ରଷ୍ଟା ଆମ ପାଇଁ ।।
ପଞ୍ଚଭୂତେ ଲୀନ ହେଲା ତବ କାୟା
ହୃଦେ ଅଛି ତବ ସ୍ଥାନ
କାଳ ସ୍ବର୍ଣ୍ଣାକ୍ଷରେ ଅକ୍ଷୟ ଅତୁଟ
ତବ କୀର୍ତ୍ତି ଗୁଣ ଗାନ ।।
ଦେବବ୍ରତ ଜେନା ,ସହକାରୀ ଶିକ୍ଷକ
ରଣସିଂହପୁର ଆଶ୍ରମ ବିଦ୍ୟାଳୟ
ଭୋଗରାଇ ,ବାଲେଶ୍ୱର
ଦୂରଭାଷ :୯୫୮୩୧୩୮୫୩୩..
.(ପ୍ରତିଯୋଗୀତା ନିମନ୍ତେ)
[19/08, 11:03 PM] Sidheswar: ସମୟଚକ୍ର
କର୍ତ୍ତବ୍ୟରେ ମୁଁହିଁ କରିନାହିଁ ହେଳା ,
ତୁମ ପାଶେ ଥିଲି ଯେବେ ।
କାରଗିଲ୍ ଆଉ ପୋଖରାନ୍ କଥା ,
ଏବେ ବି ମୋ ମନ ଭାବେ ।
ମର୍ତ୍ତ୍ୟ ମୁଁ ଛାଡିଲି ଯେବେ,
ଆଶା ମୁଁ ରଖିଛି ମୋ ଭାଇଭଉଣୀ,
ଭୁଲିବେନି ମୋତେ କେବେ ।।
ସମୟ ମିଳିଲେ ଅନ୍ତର ବେଦନା,
ଲେଖିଦିଏ ଭାବିଭାବି ।
କିଏ କହୁଥିଲେ ପ୍ରଧାନମନ୍ତିରୀ,
କିଏ କହୁଥିଲେ କବି ।
ଆଜି ମୋ ଜୀବନ ରବି,
ବୟସ ଆକାଶେ ସମୟ ଚକ୍ରରେ,
ଯାଇଅଛି ପୁଣି ଡୁବି ।।
ବୀରେନ୍ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
ଫୋନ୍-7381199206
[19/08, 11:03 PM] Sidheswar: 👏👏ପୁଣି ଆସ ଏ ମହୀରେ👏👏
ବଟେଶ୍ୱର ଗ୍ରାମ ଶ୍ୟାମଲାଲ ନାତି
ମହାମାନବ ଅଟଳ,
ପ୍ରତିଭାଦୀପ୍ତ ଶ୍ରେଷ୍ଠ ରାଜନୈତିକ
ସତ୍ କର୍ମେ ଥିଲ ଅଚଳ।
ଗ୍ଵାଲିଅର ଆର୍ଯ୍ୟକୁମାର ସଭାରୁ ଆରମ୍ଭ ତୁମ୍ଭ ଆନ୍ଦୋଳନ।
ସ୍ଵୟଂ ସେବକ ସଂଘର ଥିଲ ତୁମେ
ବଡ଼ ଆମ୍ବାସଡ଼ର,
ଦେଶର ସ୍ଵରାଜ ପାଇଁ ଭାଇ ସାଥେ
ଯାଇଥିଲ କାରାଗାର।
ଆଇନ ପଢିଲ ବାପା ସାଥେ ମିଶି ରହିଲ ଗୋଟିଏ ଘରେ,
ସୁସାମ୍ବାଦିକ ରୂପେ ପରିଚିତ ହେଲ
ସବୁରି ପାଖରେ।
ଭାରତୀୟ ଜନ ସଂଘ ପ୍ରତିଷ୍ଠାତା ଶ୍ୟାମ ତ ଗୁରୁ ତୁମ୍ଭର,
ସନ୍ଦେହ ଜନକ ମୃତ୍ୟୁରେ ତାଙ୍କ
ହୃଦ ବିଦୀର୍ଣ୍ଣ ଶୋକ ର।
ବୀରବାଣୀ ପୁଣି ବୀରଠାଣି ଆଉ
ନିର୍ଭୀକ ଦକ୍ଷ ଭାଷଣ,
ବୈଦେଶିକ ମନ୍ତ୍ରୀ ପଦରୁ ଆରମ୍ଭ
ତୁମ ରାଜନୀତି ଜୀବନ।
ଚକିତ ହେଲେ ବିଶ୍ଵବାସୀ ପୋଖରାନ ସୃଷ୍ଟି ଦେଖି,
ଅଭିଜ୍ଞ ତଥା ଶ୍ରେଷ୍ଠ ସୁଶାସକ
ନିସ୍ଵାର୍ଥ ସେବାକରି,
ଏ ମହାକାଶରେ ଆଉ ଏକ ଜ୍ୟୌତି
ଦରଶନେ ପ୍ରାଣ ଯାଏ ବତୁରି।
ସୁଯୋଗ୍ୟ ସନ୍ତାନ ଏ ବୀର ଜାତିର
ଭାରତ ରତ୍ନେ ଭୂଷିତ,
ପଞ୍ଚ ମହାଭୂତ ମଧ୍ୟେ ବିଲିନ ଦେଖି
ସ୍ତବ୍ଧ ହେଲା ଜଗତ।
କିଛି କ୍ଷଣ ପାଇଁ ଗଗନ ପବନ ନିରବି
ମୁକ ହୋଇଯାଇଥିଲା,
ତୁମ ଓଠର ସେ ଲୋଭନୀୟ ହସ
କୃତି ଯୁଗଯୁଗ ରହିଲା।
ଶତାବ୍ଦୀର ତୁମେ ମହାନାୟକ
ପୁଣି ଶ୍ରେଷ୍ଠ କାବ୍ୟକାର,
ରାଜନୀତିର ତ ପିତାମହ ଭୀଷ୍ମ
ଦେଶପ୍ରେମୀ ଭାରତର।
ହେ ଦେଶସେବକ ଅମର ଅଟଳ
ପ୍ରଣତି ଢାଳେ ପୟରେ,
ନୂତନ ରୂପରେ ସେହି ଗୁଣ ଧରି
ପୁଣି ଆସ ଏ ମହୀରେ।
ପ୍ରଣତି ମହାପାତ୍ର
ବାଲେଶ୍ଵର
[19/08, 11:03 PM] Sidheswar: କବିତା ର ଶୀର୍ଷକ----ଶ୍ରଦ୍ଧାଞ୍ଜଳୀ.
କବିତା ପଟ୍ଟନାୟକ,ଖୋର୍ଦ୍ଧା
ଉତ୍ତୁଙ୍ଗ ପତାକା ତଳେ
ନିଜକୁ ବିଛାଇ
ମୃତ୍ୟୁ ର ନିଷ୍ଠୁର କୋଳେ
ଯାଇଅଛ ଶୋଇ
ତୁମେ ଅମର ଅଟଳ
ଅମ୍ଳାନ ଅଟେ ତବ
ସ୍ୱଣ୍ଣିମା ନିକ୍ଷର
ମୃତ୍ୟୁ ଯାକୁ ଶେଷ ରାସ୍ତା
ପାରେ ନାହିଁ ଦେଇ
ଯୁଇ ଯା'କୁ ପାରେ ନାହିଁ
ନିଦ୍ରାରେ ଶୁଆଇ
ସେହି ଅଣଚାଷ ପବନରେ
ପାଦ ଥାପି ସେ ଆଜି ବି
ପଢୁଅଛି କବିତାର କଥା
ସେ ଏକ ପାଲଟଣା
ସତ୍ୟର ସଳିତା
ନୂଆ ସକାଳର ଛାତି ଚିରି
ଲେଖୁଅଛି ନୂଆ କବିତାର ଗାଥା
ସୁଖ ଦୁଃଖ ଏକାପରି
ଡେଣା ମେଲି ବସିଥାନ୍ତି
ଯାହାର ଛାତିରେ
ବିପ୍ଳବ ଓ ସମତାର
କଥାକୁ ଯେ ବୋଲୁଥାଏ
ଗୋଟିଏସ୍ୱର ରେ
ତୁମେ ସେହି ଅକ୍ଳାନ୍ତ ପୂଜାରୀ
ତୁମ ଆକାଂକ୍ଷା ରେ ପ୍ରଜ୍ଜଳିତ
ପ୍ରତି ଟି ପ୍ରଲମ୍ବ
ସମ୍ଭାବନା ଆଲୋକରେ
ହେଉ ଉଜ୍ଜୁବିତ
ହେ ବରପୁତ୍ର
ଝୁରେ ଦେଶ ଝୁରେ ମାଟି
ଝୁରୁ ଅଛି ଗଗନ ପବନ
ଏ ଭାରତର ସୁଯୋଗ୍ୟ ସନ୍ତାନ, ତୁମେ ଘେନ ହେ
ପ୍ରଣାମ
ଶେଷରେ
ହେ ଆଜାତ ଶତୃ
ହେ ଅଟଳ ବିହାରୀ
ଶାନ୍ତି ଲଭୁ ତବ ଆତ୍ମା
ବିଭୁ ପାଦେ ଏତିକି
ଗୁହାରୀ
[19/08, 11:03 PM] Sidheswar: ରାଷ୍ଟ୍ର ନାୟକ
---------------
ହେ ରାଷ୍ଟ୍ର ନାୟକ ଆନନ୍ଦ ଦାୟକ
ସେବାବ୍ରତ ଥିଲ ବରି
ରାଜା ରାମ ସମ ରାଜଧର୍ମ ତୁମ
ଆନ ନେତା ନୁହେଁ ସରି।
ସାରି ଇହକାମ ଶୁଣି ହରିନାମ
ଚାଲିଗଲ ଆରପାରି
ମାଟି ମାଆ ଝୁରେ ବକ୍ଷେ କୋହ ଭରେ
ତୁମରି ଗୁଣ ସୁମରି।
ମାତୃଭୂମି ମାତୃ- ଭାଷାର ମମତା
ଦେଖି ବିଶ୍ବ ଆଚମ୍ବିତ
ତୁମରି ପାଣ୍ଡିତ୍ୟ ଅଟଳ ବ୍ୟକ୍ତିତ୍ୱ
ପାଶେ,ଅରି ମଥାନତ।
କୁଳିନ ବ୍ରାହ୍ମଣ ହୋଇ ମୋହଶୂନ୍ୟ
ବରିନେଲ ବ୍ରହ୍ମଚାରୀ
ପରଜା ପାଳନ କରି ପିତା ସମ
ଖୁସି ଦେଇଥିଲ ଭରି।
ଦେଶର ସୁରକ୍ଷା ପାଇଁ ନେଇ ଦୀକ୍ଷା
ଅଟଳ ଅଚଳ ସମ
ବିଶ୍ବ ସମୁଦାୟ ଗାଇ ଜୟଜୟ
ଘୋଷାକଲେ ତୁମ ନାମ।
ଭାରତ ମାଟିର ଆହେ ବରପୁତ୍ର
ଶତଶତ ପ୍ରଣିପାତ
ସହସ୍ର ବରଷେ ତୁମପରି ନେତା
ପୃଥିରେ ହୁଅନ୍ତି ଜାତ।
----------------/----------
ଅନାମ ଚରଣ ସାହୁ
[21/08, 11:22 PM] Sidheswar: ଛବିଦେଖି କବିତା ଲେଖନ୍ତୁ ପ୍ରତିଯୋଗିତା ନିମନ୍ତେ:-
ଫେରିଆସ ତୁମେ ହେ ବୀରପୁରୁଷ,
ଡାକେ ଦେଶମାଟି କରି ଅବଶୋଷ
।।
ହଜିଗଲ ତୁମେ ନିମିଷକେ କାହିଁ,
କାନ୍ଦେ ଗଛ ଲତା ଆଜି ତୁମ ପାଇଁ ।।
ନିଶ୍ଚଳ ନିଶବ୍ଦ ହେଲା ସାରା ଦେଶ,
ଅଟକିଲା ସତେ ସଭିଙ୍କ ନିଶ୍ଵାସ ।।
ଜନ୍ମସ୍ଥାନ ତୁମ ଥିଲା ଗ୍ଵାଲିଅର୍,
ମଧ୍ୟବିତ୍ତ ଥିଲା ତୁମ ପରିବାର ।।
କ୍ରିଷ୍ଣାଦେବୀ ଙ୍କର ଥିଲ ତୁମେ ପୁତ୍ର,
କରିଅଛ ତାଙ୍କ ନାଁକୁ ପ୍ରଖ୍ୟାତ ।।
ଦେଶସେବା ପାଇଁ ଥିଲା ତୁମ ମନ,
ସମର୍ପି ଦେଲ ତୁମରି ଜୀବନ ।।
ସଂଗ୍ରାମୀ ସାଜିଲ ସ୍ବାଧିନତା ପାଇଁ,
ସହିଛ ଯାତନା କାରାବାସ ଯାଇ ।।
ଧରିଲ ହାତରେ ଦେଶର ଶାସନ,
ହେଲେ କାର୍ଯ୍ୟକାଳ ଥିଲା ତେରଦିନ ।।
ତଥାପି ମନରେ ଆସିନାହିଁ ଭୟ ,
ଧର୍ମଯୁଦ୍ଧେ ହେଲା ତୁମର ହିଁ ଜୟ ।।
ଧରିଲ ହାତରେ ଶାସନର ଡୋରି,
ଗଢିଲ ଭାରତ ତୁମ ସ୍ବପ୍ନପରି ।।
ଥିଲ ଭାରତର ଉଜ୍ଜ୍ୱଳ ପ୍ରଦୀପ,
ଭରିଥିଲ ବାସ୍ନା ସାଜିକି ମହକ ।।
ଭାରତର ତୁମେ ଥିଲ ଗୋଟେ ରତ୍ନ,
ଥିଲ ସତେ ତୁମେ ଦେଶର ସମ୍ମାନ ।।
କବିତାରେ ତୁମ ଥିଲା ଦେଶଭକ୍ତି,
ହାରିଥିବା ମନେ ଭରିଦିଏ ଶକ୍ତି ।।
ଯେତେ କହିଲେ ବି କମ୍ ତୁମ ପାଇଁ,
ପ୍ରେରଣାଟେ ଥିଲ ତୁମେ ଆମ ପାଇଁ ।।
ଅସ୍ତ ହେଇଗଲ ସବୁଦିନ କାହିଁ,
ଫେରିଆସ ତୁମେ ଖୋଜା ତୁମ ପାଇଁ ।।
ଆସ ଆଉଥରେ ମାନବ ରୂପରେ,
ଏ ଦେଶ ଜନତା ଖୋଜେ ପ୍ରତିକ୍ଷଣେ ।।
ଫେରିଆସ ତୁମେ ଏ ମହୀ କୋଳକୁ,
ଧନ୍ୟ କରି ତୁମେ ଏ ମାଟି ମାଆକୁ ।।
ଲିନା ମହାନ୍ତି
ଗ୍ରାମ-ରାୟରପୁର
ପୋ-କୃଷ୍ଣଦାସପୁର
ଥାନା-ବାଲିକୁଦା
ଜିଲ୍ଲା-ଜଗତସିଂହପୁର
ପିନ୍-୭୫୪୧୦୬
[21/08, 11:22 PM] Sidheswar: ଶତାଦ୍ଦୀ ର ମହାନାୟକ ନମସ୍ୟ
ଯୋଗଜନ୍ମା କବ୍ଯକାର
କାଶ୍ମିରୀ ଠାରୁ କନ୍ଯା କୁମାରୀ
ଗୁଞ୍ଜରିତ କାବ୍ଯଧାର
ତୁମ କାବ୍ଯ କଳି ଫୁଟି ବାସୁ ଅଛି
ଭାରତର ଉପବନେ
ଜନନୀ ଜନ୍ମଭୂମି ପ୍ରୀତି ପୁଷ୍ପ
ଶୋଭା ପାଉଛି କାନନେ
ସର୍ଘସମୟ ଜୀବନର ପଥଯେ
କଣ୍ଟକେ ଥିଲା ଭରି
ବନ୍ଧୁର ପଥକୁ ଆପଣା ସୁକର୍ମେ
କୁସୁମିତ ଦେଲକରି
ପ୍ରାଣପକ୍ଷୀ ସିନା ଯାଇଅଛି ଉଡି
ଯଶ କୀଂତି ଯେ ଅମର
କୋଟି ଭାରତୀୟ ନୟନେ ଲୋତକ
ବହିଯାଏ ହୋଇ ନିରା
ଦେଶ ପ୍ରେମ କାବ୍ଯ ଗଂଗା ହୋଇ ସଦା
ବହିବ ଭାରତ ବୁକେ
ପ୍ଯଣ୍ଯତୋୟା ଜଳେ ମାଆମୋ ଭାରତୀ
ଅବଗାହିବ ପୁଲକେ
ଶତାଦ୍ଦୀ ଶତାଦ୍ଦୀ ଧରି ଏ ଦେଶ କୁ
ତୁମ ଓଜସ୍ୱିନୀ ବଣୀ
ବତୀଘର ପରି ପଥ ଦେଖାଇବ
ଦେଶ ପ୍ରେମ ର କାହାଣୀ
ମହାଯାତ୍ରା ରେ ସ୍ତବ୍ଧ ଭାରତୀୟ
ଚିର ନିଦ୍ରା ଗଲକାହିଁ
ଆଉ ଥରେ ଜନ୍ମ ନିଅ ହେ ମହାତ୍ମା
ଅପଲକେ ଅଛୁ ଚାହିଁ
[22/08, 8:55 PM] Sidheswar: *ସ୍ମରଣୀୟ ବାଜପେୟୀ*
*******************
ଅଯାଚିତ ଥିଲ ଅଟଳ ବିହାରୀ
ଅଦିନେ ଟଳିଲ କାହିଁ,
ତୁମ ବିୟୋଗରେ ଅଶ୍ରୁର ବର୍ଷାରେ
ଭିଜୁଛି ଭାରତ ଭୁଇଁ,,।।
ତ୍ରିରଙ୍ଗା ଆଗରେ ଟଳିବନି ବୋଲି
ଟେକି ରଖିଥିଲ ମଥା,
ଆଉ ଗୋଟେ ଦିନ ମୃତ୍ୟୁ ସଙ୍ଗେ ଲଢି
କରିଲ ସତେ ମିତ୍ରତା,,।।
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ଥିଲ ତୁମେ ଅଦ୍ବୀତିୟ ,
ଅନନ୍ୟ ପ୍ରତିଭା କବି ରାଜନେତା
ଅଟ ନିଆରା ନିର୍ଣ୍ଣୟ ,,।।
କାବ୍ୟ-କବିତାରେ ନିପୁଣ ନାୟକ
ଓଜସ୍ବୀ ମୁଖର ବାଣୀ,
ଦେଶ ଭକ୍ତି ଭାବ ଜାଗି ଉଠୁଥିଲା
ତୁମରି ଭାଷଣ ଶୁଣି।।
ହେ ଭାରତ ରତ୍ନ କରୁଛି ନମନ
ଥିଲ ଥିବ କାଳଜୟୀ,
ମହାନ କରମେ କୋଟି ଜନ ମନେ
ସ୍ମରଣୀୟ ବାଜପେୟୀ,,।।
ଜିତେନ୍ଦ୍ର ସାହୁ
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ
ମୋ-:୮୨୩୮୫୨୮୧୯୯
(ଚଳିତ ଛବି ଦେଖନ୍ତୁ କବିତା ଲେଖନ୍ତୁ ପ୍ରତିଯୋଗିତା ନିମନ୍ତେ)
[22/08, 8:55 PM] Sidheswar: ସ୍ମୃତିରେ ତେଜସ୍ୱୀ
!🇮🇳💐💐💐💐💐
ହେ ତେଜସ୍ୱୀ ପୁରୁଷ ସର୍ବ ମାନ୍ୟ ପୁତ୍ର
ଶତାବ୍ଦୀର ଶେଷ ସୂର୍ଯ୍ୟ ;
ଅଟଳ ଯୁଗର ହେଲା ଅବସାନ
ତୁଟିଗଲା ସବୁ ଧର୍ଯ୍ୟ !!!
ବର୍ଷିୟାନ ନେତା ମହା ରାଜନେତା
ସୁଯୋଗ୍ୟ ସନ୍ତାନ କଵି ;
କାହିଁଗଲ ହଜି ଅଟଳ ବିହାରୀ
ଆଉକିଏ ଉଇଁବ ରବି !!
କୋଟି ଜନମନେ ସ୍ମୃତି ଛବି ଭାସେ
ହେ ଦରଦୀ ହୃଦୟ ବନ୍ଧୁ ;
ମାଆ ଭାରତୀର ତୁମେହିଁ ପ୍ରିୟର
ଝରିପଡ଼େ ଅଶ୍ରୁ ବିନ୍ଦୁ !!
କଥା କୁହୁକରେ ଏ ସାରା ବିଶ୍ୱରେ
ଥିଲ ମହାବାଗ୍ମୀ ଭୀଷ୍ମ ;
ତେଜସ୍ୱୀ ଭାଷଣ ମୁଖେ ବଜ୍ରବାଣ
ମୁଖେ ଥିଲା ଚିର ହସ !!
ମାତୃଭାଷା ପ୍ରୀତି ତୁମରି ସମ୍ପତ୍ତି
ରହିଛି ରୋଚକ ଗାଥା ;
ବିଶ୍ୱଦରବାରେ ମହା ଜାତିସଂଘେ
ବଖାଣିଲ ମାଆ ଭଷା !!
ହୃଦୟର କଵି ଅମ୍ଳାନ ଏ ଛବି
ଦୃଢମନୋବଳ ଭାବ ;
ହରିବାର ଭୟ ନଥିଲା ତୁମର
ସର୍ବ ସିଦ୍ଧି ପୁଣ୍ୟ ଲାଭ !!
କାରଗିଲ ସମର ଅଲିଭା ସ୍ୱାକ୍ଷର
ଦେଶର ସୁରକ୍ଷା ଛବି ;
ତୁମରି ନିଷ୍ପତି ବିଜୟର ସ୍ମୃତି
ହସୁଛି ମାଆକୋଳେ ଭବି !!
ପ୍ରଧାନ ସେବକ ଦେଶମାତୃକାର
କାହିଁ ଛାଡ଼ି ଚାଲିଗଲ ;
ହସ ଲିଭିଗଲା ମାଆ ଭାରତୀର
ସ୍ୱପ୍ନ ହେଲା ସ୍ୱର୍ଗଫୁଲ !!
ଲୁହରେ ଭିଜିଲା ସ୍ମୃତି ରାଜଘାଟ
ପଞ୍ଚଭୁତେ ହେଲ ଲୀନ;
ପାଳିତା ନମିତା ଦେଲା ମୁଖା
ଅଗ୍ନି
ଆଉକି ଫେରିବ ଧନ !!
ରାଷ୍ଟ୍ରୀୟ ମର୍ଯ୍ୟାଦା କୁଶଳ ବ୍ୟବସ୍ଥା
ହେରତ୍ନ ପୁତ୍ର ସମର୍ପଣ ;
ମୃତ୍ଯୁପର ଅତ୍ମା ଭୁଲିବନି ଜମା
ମାଆ ଭାରତୀକୁ ଜାଣ !!
ଭାରତ ରତନ ହେ ଅଟଳ ସନ୍ତାନ
ଜନ୍ମିବ ଭାରତେ ତୁମେ ;
ଦୂରଆକାଶରୁ ଆସିବବ ହେଗୁରୁ
ଏ ପବିତ୍ର ଭାରତ ଭୂମେ !!
ଶେଷ ଶ୍ରଦ୍ଧାଞ୍ଜଳୀ କରହେ ଗ୍ରହଣ
ଆଜୀବନ ବ୍ରହ୍ମଚାରୀ;
ମୁଁ ଅଜ୍ଞାନ ସୁତ ଲେଖିଛି ବୃତାନ୍ତ
ତୁମରି ସ୍ମୃତି କୁ ସ୍ମରି !!
💐💐💐💐💐💐💐💐ସଦାନନ୍ଦ ସାହୁ ;
ଧୁରୁଷୀଆ ; ଆଠଗଡ଼ ; କଟକ🌹🙏✒🙏
[23/08, 9:31 AM] Sidheswar: "ଚିରସ୍ଥାୟୀ ତୁମ ସ୍ମୃତି"
***********************
ହୃଦୟେ ତୁମର ଥିଲା ଦେଶଭକ୍ତି
ମହାନ ତୁମ କରମ,
ପୁଣି ଆଉଥରେ ଏ ଧରା ପୃଷ୍ଠରେ
ନିଅ ହେ ତୁମେ ଜନମ,,।।
ତୁମକୁ ଆଜି ଏ ସମଗ୍ର ଭାରତ
ଝୁରନ୍ତି ଜନତା କେତେ,
ମନେ ପଡୁଅଛି ଅତୀତର ସ୍ମୃତି
ଛାଡି ଯାଇଅଛ ଯେତେ,,।।
ଥିଲ ତୁମେ ଜଣେ ଭାରତ ମାତାର
ସୁଯୋଗ୍ୟ ବୀର ସନ୍ତାନ,
ଦେଶସେବା ପାଇଁ ତତ୍ପର ଯେ ଥିଲ
ଦେଇ ମନ ଆଉ ପ୍ରାଣ,,।।
ଲେଖନୀ ମୁନରୁ ଅନେକ ଯେ କାବ୍ୟ
କବିତାକୁ ଲେଖିଅଛ,
ଯୁବା ବୟସରେ ଏ ଦେଶ ପାଇଁକି
କେତେ କଷଣ ସହିଛ,,।।
ତୁମକୁ ହରାଇ ଦେଶର ଜନତା
ଅଶ୍ରୁ ଝରାଉଛି ନିତି,
ଚିରସ୍ଥାୟୀ ହୋଇ ସବୁଦିନ ପାଇଁ
ରହିଥାଉ ତୁମ ସ୍ମୃତି,,।।
ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ
(ଚଳିତ ଛବି ଦେଖନ୍ତୁ କବିତା ଲେଖନ୍ତୁ ପ୍ରତିଯୋଗିତା ନିମନ୍ତେ)
[27/08, 1:45 PM] Sidheswar: ଅକ୍ଷୁର୍ଣ୍ଣ ସ୍ମୃତି.... ପ୍ରତିଯୋଗିତା କବିତା
ପୁଣ୍ୟ ଭାରତର ଅଜାତଶତ୍ରୁ ଭାରତରତ୍ନ ହେ ତୁମେ
କୋଟି କଣ୍ଠୁ ଆଜି ଗୁଞ୍ଜରିତ ହୁଏ
ଅଟଳ ଅମର ତୁମେ ।1।
ରାଷ୍ଟ୍ରନେତା ହୋଇ ସଂସଦ ଆକାଶେ
ଧ୍ରୁବତାରା ଥିଲ ତୁମେ
ପୋଖରାନ ଆଉ କାର୍ଗିଲ ବିଜୟର
ନାୟକ ବି ଥିଲ ତୁମେ ।2।
ସ୍ୱର୍ଣ୍ଣ ଚତୁର୍ଭୁଜେ ଦେଖାଇଥିଲ
ଦୂରଦର୍ଶୀ ଅସୀମତା
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କରି
ହୋଇଥିଲ ରାଷ୍ଟ୍ରନେତା ।3।
କବି ଥିଲ ପୁଣି ଧୁରୀଣ ବକ୍ତା
ହିନ୍ଦୀ ଭାଷଣ ପ୍ରିୟ
ଦିଲ୍ଲୀ ଲାହୋର ବସ ସେବା ଦେଇ
କରିଛ ହୃଦୟ ଜୟ ।4।
କ୍ଷମତା ଆସିବ କ୍ଷମତା ଯିବ
ଦଳ ବି ବଦଳୁଥିବ
ତୁମପରି ଏକ ଯୋଦ୍ଧା ପାଇଁକି
ଦେଶ ସଦା ଝୁରୁଥିବ ।5।
ବୀର ପ୍ରସବିନୀ ଭାରତ ମାଆର
ଥିଲ ତୁମେ କୋଟିନିଧି
ଝୁରୁଛି ଜନତା, ଝୁରୁଛନ୍ତି ନେତା
ବାମ ହେଲା ଆଜି ବିଧି ।6।
ନଶ୍ୱର ଶରୀର ପଞ୍ଚଭୂତେ ମିଶେ
ରହିଯାଏ ଯଶକୀର୍ତ୍ତି
ଲୀନ ହୁଏ ସିନା ମର ଶରୀର ଟା
ଅକ୍ଷୁର୍ଣ୍ଣ ରୁହେ ତା ସ୍ମୃତି ।7।
ମଧୁସୂଦନ ନଗର ,ଜଟଣୀ
[31/08, 8:07 PM] Sidheswar: ବିଚିତ୍ର ବର୍ଣ୍ଣା ହେ ଆସ
ଏକ
ପାପ ତାପ ମୋର
ବଇଶାଖି ବାଆ
ତୁମକୁ ଦେଇଛି ସବୁ
କେତେ ପାପୀଙ୍କର
ପାପ ନେଇ ତୁମେ
କେମିତି ରହିଛ ପ୍ରଭୂ,
ହୋଇକି ଚନ୍ଦନ ବେଶ
ମୋ' ଅଳିଆ ମନ
ଗୋଳିଆ ନରେନ୍ଦ୍ର
ଚାପ ନାବ ପରେ ବସ ।।
[31/08, 8:07 PM] Sidheswar: ତିନି
ଆତ୍ମା ମୋହର
ଦିଗହଜା ରଥ
ଏ ଜୀବନ ବଡଦାଣ୍ଡେ
କୁଆଡେ ଯାଏସେ
କେଉଁଠି କାଳେସେ
ରହେନା ନିମିଶେ ଦଣ୍ଡେ
କଳା ବାମନ ହେ ଆସ
ଏଇ ଆଷାଢରେ
ସୁନା ବେଶ ହୋଇ
ଆତ୍ମା ନନ୍ଦିଘୋଷେ ବସ ।।
[31/08, 8:07 PM] Sidheswar: ଚାରି
ମୋ' ଲହୁ ଅସରା
ଶିରାବଣ ଧାରା
ଝରୁଛି ଜନମ ଦିନୁ
ସେ ପୁଣି ଥମିବ
ଏ ଜୀବନ ମୋର
ପାଶୋରି ଦେଇଛି ମନୁ
ଏଇ ଶିରାବଣ ମାସ
ଚିତଉ ପାଳିରେ
ଆସ ଚିନ୍ତାମଣି
ହୋଇ ଚିତାଲାଗି ବେଶ ।।
[31/08, 8:07 PM] Sidheswar: ଦୁଇ
ଜ୍ୟେଷ୍ଠ ଡହକ
ପରିମୋ ଦୁଃଖ
ତୁମକୁ ଦେଇଛି ଟେକି
ମୋ'ପରି ସଭିଏଁ
ଟେକି ଦେଉଥିବେ
ଦୁନିଆଁର ଯେତେ ଦୁଃଖୀ
ଆସ ଦୁଃଖି ଧନ ଆସ
ମୋ ମନ ସ୍ନାହାନ
ମଣ୍ଡପରେ ଥରେ
ହାତୀ ବେଶ ହୋଇ ବଶ ।।
[31/08, 8:07 PM] Sidheswar: ପାଞ୍ଚ
ଅହଂକାର ମୋର
କାଳୀୟ ନାଗତ
ବିଶ୍ୱାସ ପଦ୍ମ ବନ
ବିଶ୍ୱାସ ବନ
ଜଳୁଛି କାଳୀୟ
ନିଶ୍ୱାସେ ଘନ ଘନ
ଭୋଦୁଅ ତାତିର ବିଷ
ନାଶିହେ ମାଧବ
ଦେଖାଅ ହେ ତଵ
କାଳୀୟ ଦଳନ ବେଶ ।।
[31/08, 8:07 PM] Sidheswar: ନଅ
ମାୟା ମଞ୍ଚର
ମଣିଷ ଟିଏମୁଁ
ରାଜା ମଣେ ମିଛି ମିଛି
ବୁଝାଇବାକୁ ହେ
ତୁମ ବିନା ଏଇ
ଦୁନିଆଁରେ ନାହିଁ କିଛି ।
ଦେଖାନ୍ତ କି ଜଗଦୀଶ
ପୁଷ ପୁନେଇଁ ରେ
ସୁବର୍ଣ୍ଣ ମୁକୁଟ
ମଣ୍ଡିତ ରାଜା ବେଶ ।।
[31/08, 8:07 PM] Sidheswar: ଛଅ
ପ୍ରେମ ବୋଲି ଯେଉଁ
ଦୁଇଟି ଅକ୍ଷର
ସେତ ମନ୍ଦାକିନୀ ଧାରା
ଭୁଲିଛି ମୁଁ ପ୍ରେମ
ଜଳିଛି ହେ ଶ୍ୟାମ
ଏ ଭବେ ଜୀବନ ସାରା ।
ଦେଖନ୍ତିକି ପ୍ରେମ ରାସ
ଆସ ମୋର ସାଇଁ
ଅଶିଣରେ ହୋଇ
ରାଇ ଦାମୋଦର ବେଶ ।।
[31/08, 8:07 PM] Sidheswar: ସାତ
ସଂସାର ମୋ ପାଇଁ
ନରକ ପୁରୀହେ
ମୁଁ ସେ ନରକର ବାଟ
ନରକ ପୁରୀରୁ
ବଇକୁଣ୍ଠ ପୁର
ଜାଣେନା ମୁଁ କେତେବାଟ ।
ମହା କାର୍ତ୍ତିକରେ ଆସ,
ବଇକୁଣ୍ଠ କର
ଧରଣୀକୁ ହୋଇ
ଲକ୍ଷ୍ମୀନାରାୟଣ ବେଶ। ।।
[31/08, 8:07 PM] Sidheswar: ଆଠ
କୃଷ୍ଣ ଚତୁର୍ଦ୍ଦଶୀ
ଶୁକ୍ଳ ପ୍ରତିପଦା
ଅମାବାସ୍ୟା ମାର୍ଗଶୀର,
ନାଲି ନାଗ ପୁରୀ
ସୂତା ଶାଢ଼ୀ ପିନ୍ଧି
ଶ୍ରୀ କାପଡା ନାଇ ଶୀର ।
ପୁତ୍ର ରୂପ ନେଇ ଆସ
ଏ ମଣିଷ ସ୍ମରୁ
ପିତୃ ପୁରୁଷଙ୍କୁ
ଦେଖି ତୁମ ଶ୍ରାଦ୍ଧ ବେଶ ।।
[31/08, 8:07 PM] Sidheswar: ଏଗାର
ସାଇତିଛି ଶୋକ
ବୋଇତାଣୀ ବାସ
ମୋ ଦୁଃଖର ମାଧବାଳୀ,
ଲୁହର ଚନ୍ଦନ
ଅବିର ରଖିଛି
ଶ୍ରୀ ଅଙ୍ଗେ ଦେବାକୁ ବୋଳି ।
ଏଇ ଫଗୁଣରେ ଆସ
ଏ ପାପୀ ହୃଦୟ
ରତ୍ନବେଦୀ ପରେ
ଦେଖାଅ ଚାଚେରୀ ବେଶ। ।।
[31/08, 8:07 PM] Sidheswar: ଦଶ
ସଂସାର ଗଣ୍ଡୁକି
ଅଥଳ ଜଳରେ
ମାୟା ନକ୍ର ହେଲା କାଳ,
ଗଜ ନୁହେଁ ଖାଲି
ଗଜ ମୁରୁଖ ମୁଁ
ମୋହକୁ କରିଛି ମାଳ ।
କରିବାକୁ ନକ୍ରନାଶ
ମାତ୍ର ହୁଅ ଥରେ
ମଣିମା ମାଘରେ
ଗଜ ଉଦ୍ଧାରଣ ବେଶ ।।
[31/08, 8:07 PM] Sidheswar: ବାର
ରାମ ରାଇଜରେ
ରାବଣ ପରି ମୁଁ
ବଡ଼ିମା ଦେଖାଏ ସିନା,
ମୁଁ ପତିତ ତୁମେ
ପତୀତ ପାବନ
କିବା ସୁଖ ତୁମ ବିନା ।
ହୋଇ ରଘୁନାଥ ବେଶ
ଚଇତ୍ର ଶୁକଳ
ନବମୀ ତିଥିରେ
ବିଚିତ୍ରବର୍ଣ୍ଣା ହେ ଆସ ।।
[03/09, 9:16 PM] Sidheswar: *****ଅମର ଯାତ୍ରା*****
ଅମର ରୁହନ୍ତୁ ବାଜପେୟୀ
ଜୀ ଙ୍କର ଜ୍ୟୋତି ।
ଅମର ରୁହନ୍ତୁ ବିହାରୀ
ଅଟଳ ଜୀଙ୍କର ସ୍ମୃତି ।
ଅମର ରୁହନ୍ତୁ ବୀର
କୁମାର ଙ୍କର ସମ୍ମାନପାତି ।
ଅମର ରୁହନ୍ତୁ କବି
ଲେଖ ଙ୍କର ଚିତି ।
ଅମର ରୁହନ୍ତୁ ସମାଜ
ସେବୀ ଙ୍କର ଜାଗୃତି ।
ଅମର ରୁହନ୍ତୁ ବାଜପେୟୀ
ଜୀ ଙ୍କର ଜ୍ୟୋତି........... । (୧)
ଅମର ରୁହନ୍ତୁ ରାଷ୍ଟ୍ରନୀତିଜ୍ଞ
ଙ୍କର ଉକ୍ତିପ୍ରତ୍ଯୁକ୍ତି ।
ଅମର ରୁହନ୍ତୁ ଭାରତରତ୍ନ ଉପାଧି ।
ଅମର ରୁହନ୍ତୁ ପ୍ରଧାନମନ୍ତ୍ରୀ
ବାଜପେୟୀ ଜୀଙ୍କର ନୀତି ।
ଅମର ରୁହନ୍ତୁ ବ୍ୟବହାର,
ନମ୍ରତା ରେ ଶକ୍ତି ।
ଅମର ରୁହନ୍ତୁ କର୍ତ୍ତବ୍ୟ,
ନିଷ୍ଠା ର ଚୁକ୍ତି ।
ଅମର ରୁହନ୍ତୁ ଉତ୍କଳର
ଚିହ୍ନ ର ଭିତି ।
ଅମର ରୁହନ୍ତୁ ବାଜପେୟୀ
ଜୀ ଙ୍କର ଜ୍ୟୋତି.......... । (୨)
ଅମର ରୁହନ୍ତୁ ଭାରତ
ସନ୍ତାନ ର କ୍ଷତି ।
ଅମର ରୁହନ୍ତୁ ଭାରତ
ତ୍ରୀରଙ୍ଗା ର ପତି ।
ଅମର ରୁହନ୍ତୁ କୋଟି
ପ୍ରାଣ ହୃଦୟର ଆସକ୍ତି ।
ଅମର ରୁହନ୍ତୁ ମାଟିର
ମହଙ୍କ ର ଫୁତ୍ଳି ।
ଅମର ରୁହନ୍ତୁ ବାଜପେୟୀ
ଜୀ ଙ୍କର ଜ୍ୟୋତି..... । (୩)
ଅମର ରୁହନ୍ତୁ ମହାନ୍
ପୁରୁଷ ଙ୍କର ଆବିଷ୍କୃତି ।
ଅମର ରୁହନ୍ତୁ ସ୍ନେହ ,
ପ୍ରେମ ,ଭଲପାଇବାର ପ୍ରୀତି ।
ଅମର ରୁହନ୍ତୁ ସବୁ ଭାରତ
ବାସୀଙ୍କର ଛବି ର ଆକୃତି ।
ଅମର ରୁହନ୍ତୁ ବାଜପେୟୀ
ଜୀଙ୍କର ଜଗତରେ କୀରତି ।
ଅମର ରୁହନ୍ତୁ ସଦା ବାଜପେୟୀ
ଜୀଙ୍କର ଆତ୍ମାର ସଦ୍ ଗତି ।
ଅମର ରୁହନ୍ତୁ ସ୍ୱର୍ଗ
ଯାତ୍ରା ରେ ଶାନ୍ତି ।
ଅମର ରୁହନ୍ତୁ ବାଜପେୟୀ
ଜୀ ଙ୍କର ଜ୍ୟୋତି........ ।(୪)
ସସ୍ମିତା କୁମାରୀ ଆଚାର୍ୟ୍ୟ
ରାୟଗଡା
.
