ଜୀବନ ଏଇତ ଜୀବନ - ଦେବବ୍ରତ ଜେନା

0
ଜୀବନ ଏଇତ ଜୀବନ ଜୀବନ ଏଇତ ଜୀବନ .......
କେବେ ବୁଣେ ସପନ
କେବେ ଭାଙ୍ଗେ ଏ ମନ
କେତେ ଆସନ୍ତି ବାଟୋଇ
କେତେ ଯାଆନ୍ତି ଉଭେଇ
ଗଢ଼ା ଭଙ୍ଗା ଦୁନିଆର ଏହାହିଁ ବିଧାନ
ଜୀବନ ଏଇତ ଜୀବନ ଜୀବନ ଏଇତ ଜୀବନ .......(୧)
କେବେ ଚିହ୍ନା ଲୋକ ଏଠି ହୁଅଇ ପର
କେବେ ପର ହୁଏ ଅତି ଆପଣାର
କିଏ ଖୋଜେ ସେ ସମ୍ପର୍କ
କିଏ ହଜାଏ ସମ୍ପର୍କ
କିଏ ପୁଣି ଜାଣି ଜାଣି ହଜାଏ ନିଜ ଚିହ୍ନ
ଜୀବନ ଏଇତ ଜୀବନ ଜୀବନ ଏଇତ ଜୀବନ .......(୨)
ସୁଖରେ ସବୁ ସାଥି ଦୁଃଖରେ କେହି ନାହିଁ
ଅପନ୍ତରା ଏ ବାଟେ ସାହା ଏକା ସାଈଁ
କେବେ ଥାଏ ଉତ୍ଥାନ
କେବେ ହୁଏ ପତନ
ତଥାପି ମିଥ୍ୟା ପଥେ ମଣିଷ ଧାବମାନ
ଜୀବନ ଏଇତ ଜୀବନ ଜୀବନ ଏଇତ ଜୀବନ .......(୩)
ଯେତେଦିନ ଦେଉଥିବୁ ସେମାନେ ତୋର
କାଲି ତୁ ନ ଦେଲେ ହେବୁ ସାତ ପର
ଦୁଃଖ ସଦା ଥାଏ ଚିର ସହଚର
ସୁଖ ନେଇ ଆସେ ବନ୍ଧୁ ସହୋଦର
ଜୀବନଟା ସୁଖ ଆଉ ଦୁଃଖର ମିଶ୍ରଣ
ଜୀବନ ଏଇତ ଜୀବନ ଜୀବନ ଏଇତ ଜୀବନ ......(୪)
ଜୀବନଟା ଅଟେ ଭାରି କ୍ଷଣିକ
କ୍ଷଣିକ ସୁଖରେ ଧାଏଁ ଏ ମଣିଷ
ଝୁରି ହୁଏ ମଣିଷ ତାହାରି ପାଇଁ
ଚିରସ୍ଥାୟୀ ସୁଖକୁ ଯେ ଖୋଜୁଛି କାହିଁ
ଏକା ଲକ୍ଷ୍ୟ ହେଉ ବିଭୁ ପଦେ ସମର୍ପଣ
ଜୀବନ ଏଇତ ଜୀବନ ଜୀବନ ଏଇତ ଜୀବନ ......(୫)

Post a Comment

0Comments
Post a Comment (0)