ପ୍ରେମିକା - ବିଶ୍ୱରଞ୍ଜନ ମହାପାତ୍ର

0
ପ୍ରିୟା ତୁଲୋ ସାଧବ ବୋହୁ
ଏବେ କାକର ଟୋପରେ ଚାଲୁଛୁ
ରଜନୀଗନ୍ଧା ର ତୃଷ୍ଣା ମହକେ
କାହା ବଗିଚାରେ ଫୁଟିଛୁ !!

ତୋ ପଥଧାରେ ଚାହିଁଛି ବିଭୋରେ
ଏକ ନିସ୍ଛଳ ଜଳାର୍ନବରେ !!
ପ୍ରେମର ପରଶ ସତରେ ହରଷ
ମନ ତ ପରଜାପତି
ଉଡି ଉଡି ସତେ ଖୋଜିବକି କେତେ
ସେ ରଜନୀଗନ୍ଧା ର ପୀରତି !!

ଏଠି ପ୍ରେମ ନୁହେଁ ଅଳ୍ପ ପ୍ରେମ ନୁହେଁ ଗଳ୍ପ
ପ୍ରେମ ନୁହେଁ ପ୍ରୋମଧିକା
ମୁଁ ଭାବେ ପ୍ରେମ ପାଇଁ ଲୋଡ଼ା
ଖାଲି ପଞ୍ଜିକୃତ ଇଲାକ !!
ମୋ ପ୍ରେମରେ ନଥାଏ ପ୍ରେମିକା
ମୁଁ ଗୋଟେ ପ୍ରେମୀ ଅନାମିକା !!

ସ୍ୱପ୍ନର ଶୁଭ୍ରତାରେ ରଙ୍ଗୀନ କ୍ଷଣରେ
ପାହାନ୍ତି ଉଷାରେ ମୁଁ ଖୋଜେ ଆଉ
ଖୋଜୁଥାଏ ସତରେ କଣ ଆବଶ୍ୟକ ଗୋଟେ ପ୍ରେମିକା !!
ଘଣ୍ଟାର କଣ୍ଟାରେ ରକ୍ତର ଛିଟାରେ
ପ୍ରେମକୁ ଖୋଜିବା ବୃଥା
ପ୍ରେମ ଯଦି ହୁଏ ପ୍ରକୃତି ସାଥିରେ
ସେ ପ୍ରେମ ହେବ ନାହିଁ କେବେ ଅବ୍ୟଥା !!
ଆଜି ମନେ ହୁଏ ଏହି ସୃଷ୍ଟି ବୋଧେ ମୋ ପ୍ରେମିକା !!




ଶ୍ରୀ ବିଶ୍ୱରଞ୍ଜନ ମହାପାତ୍ର ( ଯାଜପୁର,ଓଡିଶା)

Post a Comment

0Comments
Post a Comment (0)