ରଜ ଅପସରୀ - ମାନସ ରଞ୍ଜନ ପଟ୍ଟନାୟକ

0
କାହାର ଆଖିରେ ଆଖିମିଶିଗଲା ବାଟ ହୁଡିଗଲା ପ୍ରିୟା।
ସପନଟା ମୋର ନିଦେଭିଜିଗଲା କିଏହେବ ତାରସାହା।।
ରଜରପରବେ ପହିଲି ଆଷାଢ଼େ ଆସିଥିଲା ଚାଲି ଚାଲି।
ରଙ୍ଗବେରଙ୍ଗର ଚୁନରୀସାଥିରେ ହସିଥିଲା ଖିଲିଖିଲି।।
ଜୀବନରାସ୍ତାରେ ଚାଲିବାପାଇଁକି ଖୋଜିହେଲା ସିଏ ରାହା।।
କାହାର ଆଖିରେ ଆଖିମିଶିଗଲା ବାଟ ହୁଡିଗଲା ପ୍ରିୟା।।।

ଭାବରପ୍ରକାଶ ଅଭାଗା ମୋ ମନ ମାନଅଭିମାନ ରୋଷ।
କଅଁଳିଆ ହାତେ ଛନ୍ଦିଥିଲାବାହୁ ତୁମେ ମୋ ମନଆକାଶ।।
ଅଳପ ଲାଜୁଆହସରେ ତାହାର ଖୁସିହେଲା ମୋର ମାଆ।।।
କାହାର ଆଖିରେ ଆଖିମିଶିଗଲା ବାଟ ହୁଡିଗଲା ପ୍ରିୟା।।।


ପହଲି ଆଷାଢ଼େ ପହିଲିବର୍ଷାରେ ମାଟି ଭିଜିହେଲା ଓଦା।
କେହିଜାଣିନାହିଁ ଏକା ମୁଁ ଜାଣିଛି ଖୋଲିରଖିଲା ପରଦା।।
ହାଏରେ ବିଧାତା ମନଚଂଚଳତା ପୂରୁବେ ଆସିଲା ବାଆ।।।
କାହାର ଆଖିରେ ଆଖିମିଶିଗଲା ବାଟ ହୁଡିଗଲା ପ୍ରିୟା।।।

ଖିଲିପାନ ପୁଣି ପୋଡପିଠା ସଙ୍ଗେ ଅପସରୀ ଗଲା ରଜ।
ମୁଁ ବସି ଭାବୁଛି ସ୍ମୃତିକୁ ତାହାର କି ସୁନ୍ଦର ସଜବାଜ।।
ଭାବିଭାବି ପରା ଦିନସରିଗଲା ବୁଡିଗଲା ମୋର ନାହା।।।
କାହାର ଆଖିରେ ଆଖିମିଶିଗଲା ବାଟ ହୁଡିଗଲା ପ୍ରିୟା।।।


ମାନସ ରଞ୍ଜନ ପଟ୍ଟନାୟକ
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ

Post a Comment

0Comments
Post a Comment (0)