ରୂପକାର - ତପନ ଦୀକ୍ଷିତ (ବେଳାଭୂମି)

0

କାହିଁକି ଜାଣେନା ନିଗୂଢ଼େ ଗଢ଼େ ମୁଁ
ତୋର ସେଇ ପ୍ରତିରୂପ
ଜାଣେନା ସମାଜ ନୀତି ନିୟମରେ
କେତେ ପୁଣ୍ୟ କେତେ ପାପ,
ନିଘୋଡ଼ ତନ୍ଦ୍ରାରେ ରୁପଦିଏ ଯେବେ
ରୂପସୀ ଅନ୍ଧାରି ରା଼ତ୍ରେ
କେବେ ଲୁହ କେବେ ପ୍ରଣୟ ମଦିରା
ଝରି ଭରେ ମୋର ପାତ୍ରେ,
ବିବଶ ଅବା ମୁଁ ଅବଶ ତାହା ବି
ନିଜେବି ପାରେନା ଜାଣି
ବୋଧ ହୁଏ ଏହା ବାସନା ବାସରେ
ଗୋପନ ମନ କାହାଣୀ,
କେବେ ନିହାଣରେ କେବେ ଲେଖନୀରେ
କାବ୍ୟେ ହେଉ ବା ଗଳ୍ପେ
ରୂପ ଦିଏ ବସି ଅଳସ ଛୁଆଁର
କିଛି ପୁଣ୍ୟ କିଛି ପାପେ ।।


ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

Post a Comment

0Comments
Post a Comment (0)