ତୋ ଟିକି ହସେ ମୋ ଅଗଣା ରେ
ଟିକି ଟିକି ମୁକ୍ତା ଝରେ,
ଅମାନିଆ ଆଉ। ଟିକେ ଶିହରଣ
ମନ କୁ ଆବଦ୍ଧ କରେ। 1
ଇଛା ହୁଏ ଟିକେ ବାହୁ ମେଲି ମୁଁ ଯେ
ନେଇ ଯିବି ତୋତେ ଆଦରି
ହଜି ଯିବି ପୁଣି ତୋ ପ୍ରେମ ପରସେ
ତୋତେ ଆପଣାର କରି।2
ତୋ ଟିକି ଟିକି ବୁନ୍ଦାର ସ୍ପର୍ଶ
ମୋ ଦେହ ଯେବେ ଛୁଏଂ
ନିଶ୍ୱାସ ଉଛୁଳେ ଛାତି ଭିତରେ ଯେ
ସତେ କି ପାଗଳ ପ୍ରାୟେ ।3
ମାୟାବିନୀ ତୁ ଯେ କେଉଁ ଯାଦୁ ବଳେ
ବାନ୍ଧିଛୁ କହ ଧାରାକୁ,
ଗଛ ଲତା ସବୁ ନିରବ ନିଶ୍ଚଳ
ଅନୁଭବୀ ତୋ ସ୍ପର୍ଶ କୁ।4
ତୋ ଇଙ୍ଗିତେ ଆଜି ମେଘ ମୋତି ହୋଇ
ବିଛୁରିତ ଚାରି ପାସେ
ତୋ ଟଣା ଟଣା ଆଖି କୋଣେ ସତେ
ଇନ୍ଦ୍ରଧନୁ ଯେ ଭାଷେ।5
ତୋ କୋମଳ ଛୁଆଁ ଜଡ଼ ମାଟିକୁ
କରିଛି ଫୁଲର ପାଖୁଡା
ତୋ ପାଇଁ ସତେ ନାଳ ନଦୀ ରେ
ମାଟିଆ ରଙ୍ଗର ଚଢା।6
ତୋ ଦେହରେ ସତେ ବରଷା ରାଣୀ ଲୋ
ପଳାସ ଫୁଲ ର ନିଆଁ
ତୋ ପ୍ରେମରେ ଟିକେ ହଯିବାକୁ ଚାହେଁ
ଆ..... ବର୍ଷା ରାଣୀ ଆ........7
ଶୁଭାଶିଷ ସେଠୀ, ମହାକାଳପଡ଼ା, କେନ୍ଦ୍ରାପଡା