ତମେ ପ୍ରୀତି ଦରିଆର ଅସରନ୍ତି ପ୍ରୀତି
ନିତି କୂଳେ ଲୋଟୁ ଥାଅ
ମୁଁ କୋହ କାଳିମାର ତଟିନୀ ଧାରାର
ଅସରା ଅସରା କୋହ.....
ତମ ଥିରି ଥିରି ଚାଲି ପବନ ଚଗଲୀ
ମୁଁ ଝଡ଼ ଦେହେ ଅଣଚାଶ
ତମେ ବିଦାୟ ବେଳର ହସ ହସ ମୁହଁ
ମୋ ମନେରେ ଅବଶୋଷ...
ତମେ ଛାଡ଼ି ଯାଉଥିବା ଝଡି ବରଷା ଯେ
ମୁଁ ଭସା ବଉଦର ଆଶା
ତମେ ଶୀତ ସକାଳର ଶିଶିର ବିନ୍ଦୁ ଯେ
ମୁଁ ଅବୁଝା ପୀରତି ନିଶା....
ତମେ ହୃଦୟ କନ୍ଦରେ ଲୁକ୍କାୟିତ ଖୁସି
ମୋ ଛାତିରେ ଛାତିଏ କୋହ
ତୁମ ନାଲିଆ ଅଧରେ ଖୁସି ଅସୀମିତ
ମୋ ଆଖିରେ ଆଖିଏ ଲୁହ...
ତମେ ଫେରିବନି ଆଉ ବସନ୍ତ ବୁକୁରେ
ମୁଁ" ଆଶାର ଅନଳେ ଜଳେ
ତମେ ଚଇତି ସଞ୍ଜର ଗୋଧୂଳି ବେଳା ଗୋ
ତୁମ ସ୍ମୃତି ସାଥେ ନିତି ଖେଳେ....
ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ, ଗଞ୍ଜାମ, ମୋ- ୭୦୦୮୧୯୧୧୬୭
ସମ୍ପର୍କ - ପବିତ୍ର କୁମାର ନାୟକ
September 22, 2018
0
