ରାଗ—ଚନ୍ଦ୍ରିକା କାମୋଦି, ତାଳ—ଯତି
ଆଜି କିଆଁ ତୁମ କୃପାସାଗର ଯାଉଛି ସୁଖି
ଦୁଃଖ ଅନଳରେ ଜଳେ ଜୀବନ ପାରୁନ ଦେଖି
ଆଜି କିଆଁ ତୁମ କୃପାସାଗର….।।
ତୁମେ ତ ପ୍ରାଣ ପବନ
ସର୍ବ ଘଟେ ବିଦ୍ୟମାନ
ତୁମ ବିନା କି ଅସ୍ତିତ୍ବ ଜୀବ ହୁଏ ନୀରିମାଖି
ଆଜି କିଆଁ ତୁମ କୃପାସାଗର…।।
ତୁମ ବିନା ଆଦେଶରେ
ଫୁଲ ଫୁଟେନି ଗଛରେ
କେମିତି ରହିବ ଅବନୀ ଧରମ ଲୁପ୍ତ ହେଉଛି
ଆଜି କିଆଁ ତୁମ କୃପାସାଗର….।।
ପାପି ଏ ହେଲେ ପ୍ରବଳ
ଜାତି ହୁଏ ହୀନବଳ
ନଶୁଣୁଛ ହେ ଈଶ୍ବର ମୁଁ ଆରତ ସୁରେ ଡାକୁଛି
ଆଜି କିଆଁ ତୁମ କୃପାସାଗର…।।
ତେବେ କିମ୍ପା ଜଗନ୍ନାଥ
ଡାକିବି ବଡ ସାଆନ୍ତ
ଏତେ ଦୁଃଖ ସହି ସହି କୃପା ଯେବେ ନମିଳୁଛି
ଆଜି କିଆଁ ତୁମ କୃପାସାଗର…।।
ତୁମେ କି କାଠ କଣ୍ଢେଇ
କେ ଡାକିବି ଭାବଗ୍ରାହୀ
ପ୍ରଫୁଲ୍ଲ କହଇ ଛାଡ ଜଡ ରୂପ ଚକା ଆଖି
ଆଜି କିଆଁ ତୁମ କୃପାସାଗର…।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
ଆଜି କିଆଁ ତୁମ କୃପାସାଗର ଯାଉଛି ସୁଖି
ଦୁଃଖ ଅନଳରେ ଜଳେ ଜୀବନ ପାରୁନ ଦେଖି
ଆଜି କିଆଁ ତୁମ କୃପାସାଗର….।।
ତୁମେ ତ ପ୍ରାଣ ପବନ
ସର୍ବ ଘଟେ ବିଦ୍ୟମାନ
ତୁମ ବିନା କି ଅସ୍ତିତ୍ବ ଜୀବ ହୁଏ ନୀରିମାଖି
ଆଜି କିଆଁ ତୁମ କୃପାସାଗର…।।
ତୁମ ବିନା ଆଦେଶରେ
ଫୁଲ ଫୁଟେନି ଗଛରେ
କେମିତି ରହିବ ଅବନୀ ଧରମ ଲୁପ୍ତ ହେଉଛି
ଆଜି କିଆଁ ତୁମ କୃପାସାଗର….।।
ପାପି ଏ ହେଲେ ପ୍ରବଳ
ଜାତି ହୁଏ ହୀନବଳ
ନଶୁଣୁଛ ହେ ଈଶ୍ବର ମୁଁ ଆରତ ସୁରେ ଡାକୁଛି
ଆଜି କିଆଁ ତୁମ କୃପାସାଗର…।।
ତେବେ କିମ୍ପା ଜଗନ୍ନାଥ
ଡାକିବି ବଡ ସାଆନ୍ତ
ଏତେ ଦୁଃଖ ସହି ସହି କୃପା ଯେବେ ନମିଳୁଛି
ଆଜି କିଆଁ ତୁମ କୃପାସାଗର…।।
ତୁମେ କି କାଠ କଣ୍ଢେଇ
କେ ଡାକିବି ଭାବଗ୍ରାହୀ
ପ୍ରଫୁଲ୍ଲ କହଇ ଛାଡ ଜଡ ରୂପ ଚକା ଆଖି
ଆଜି କିଆଁ ତୁମ କୃପାସାଗର…।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

