ହେ ମୋର ପ୍ରିୟତମା ନାୟିକା ଆଜି ମନେ ପଡ଼ ତୁମେ
ଦେଖିତୁମ ପ୍ରତିଛବି ବଧୂବେଶ ରୂପରେ
ଜୀବନେ ମୋ ଅବସସ ହୋଇ ରହିଗଲା ମୋ ପ୍ରେମର ଅତୀତ !!
ହେଲେ କହି ପାରିଲି ନାହିଁ ମନ କଥା ଖୋଲି ତୁମ ଆଗରେ
ତୁମେ ଥିଲ ମୋର ସକାଳର ଆକର୍ଷଣ ଆଉ ନିଶାର ଆବେଗ !!
ଆସାଥିଲା ଏ ଜୀବନେ ବଧୁ ହେବ ମୋର
ମୁଁ ଚିନ୍ହିଥିଲି ନିଜକୁ ଭୟ ଥିଲା ମନରେ
ମୋ ଭୟର କବରୀରେ ରହିଯାଇଛି, ଏକ ପାନ୍ତରୀୟ ପୀରତି !!
ସତେ ଭାଗ୍ୟର ବିଡମ୍ବନା ଅବା ନୁହେଁ ଆଉ କିଛି
ତୁମେ ମୋର ଜହ୍ନ ରାତି ମୁଁ ସପନ ବଣିକ
ତୁମେ ମୋର ଝରା ଫୁଲ ମୁଁ କବିତା ଅନେକ !!
ସେହି ମୁହଁ ସେଇ ସ୍ମୃତି ମୋ ଆଖିରେ ନାଚିବ
ସେହି ଗୀତି ସେହି ପ୍ରୀତି ଆଉକି ଫେରିବ !!
ମଧୁ ମୟ ଜୀବନରେ ତୁମେ ଥିଲ ମୋର ଦୁର୍ବଳତା
ଆଜି ମନେ ହୁଏ ମୋ ଜୀବନ ଗୋଟେ ହସ ବାଲ୍ୟ ଚପଳତା !!
ଶ୍ରୀ ବିଶ୍ୱରଞ୍ଜନ ମହାପାତ୍ର, ଯାଜପୁର,ଓଡିଶା
ଭାବନାରେ ପ୍ରେମିକା - ବିଶ୍ୱରଞ୍ଜନ ମହାପାତ୍ର
September 19, 2018
0
