ଭାଦ୍ରବ କୃଷ୍ଣ ଅଷ୍ଟମୀ ଘୋର ନିଶିଥିନୀ
ଘଡଘଡି ବଜ୍ର ନାଦ ନାଚେ ସୈ।ଦାମିନୀ ।।
ମଧୁପୁର କଂସ କାରା ଗୃହରେ ଜନମ
ଗୋପନଗ୍ରେ ନନ୍ଦ ଗୃହେ ବିଜେ ନାରାୟଣ ।।
ଧର୍ମ ସଂସ୍ଥାପନେ ପାପୀ କରି ସଂହାରଣ
ସନ୍ଥ ପାଳି ପାପ ଭାରା କରିବେ ମୋଚନ ।।
ପାପିଷ୍ଠ ବିନାଶି ସାଧୁ କରି ପରିତ୍ରାଣ
ପୂଣ୍ୟ, ଧର୍ମ ରକ୍ଷା ଅର୍ଥେ ଯୁଗେ ଯୁଗେ ଜନ୍ମ ।।
କଂସାସୁର ଉତ୍ପିଡନେ ମହୀ ଥରହର
କ୍ଷୀରାବ୍ଧି ତଟେ ପ୍ରାର୍ଥନା କଲେ ସର୍ବସୁର ।।
ଆଜ୍ଞାଦେଲେ ହୃଷିକଶ ସେ ରମା ରମଣ
ଦେବକୀ ବସୁଦେବ ଙ୍କ କୋଳେ ନେବି ଜନ୍ମ ।।
ସେହି ଶୁଭଲଗ୍ନ ଆଜି ଦୁନ୍ଦୁଭି ବାଜଇ
ତାଣ୍ଡବେ ଭୋଳା ନୃତ୍ୟନ୍ତି ଅତି ଭୋଳ ହୋଇ ।।
ନାରଦ ବଜାନ୍ତି ବୀଣା ହୋଇ କୁତୁହଳ
ମହା ମଙ୍ଗଳ ଉତ୍ସବ ପୂରିଛି ତ୍ରୀପୁର ।।
ବହେ ମଳୟ ପବନ ବୃଷ୍ଟି କରେ ଘନ
ଉଚେସ୍ଥିତ ଅଛନ୍ତି ଯେ ସର୍ବ ଗ୍ରହଗଣ ।।
ଏ ସମୟେ ଜନ୍ମ ନେଲେ କୃଷ୍ଣ କଳା କାହ୍ନା
କୃଷ୍ଣ ଜନ୍ମ ର ଚରିତ କରିଲି ବର୍ଣ୍ଣନା ।।
ତ୍ରାହି କର ତ୍ରାହି କର ଶଂଖ,ଚକ୍ର ଧାରି
ଶ୍ରୀପଦେ ଶରଣ ଦେଇ କର ଭବୁ ପାରି ।।
କବି ପ୍ରଫୁଲ୍ଲ ରଚଲା ପଢ଼ିଲେ ଶୁଣିଲେ
ତ୍ରୀତାପ ଦୁଃଖୁ ମୁକତି ଲଭିବତ ଭଲେ ।।
ହେ କୃଷ୍ଣ (କୃଷ୍ଣ ଜନ୍ମ ଚରିତ) - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
September 02, 2018
0
