ପ୍ରତୀକ୍ଷା - ମିଥୁନ୍ ସାହୁ

0
ଆଖି ବୁଜିଦେଇ ତୁମରି କଥାକୁ
ଭାବେ ଯେବେ ମୋ ମନରେ,
କ୍ଷଣିକେବି ତୁମେ ଡେରି ନ କରି ଗୋ
ଚାଲିଆସ ଭାବନାରେ,,।।
ଲାଗୁଛି ତୁମରି ପ୍ରେମ ବନ୍ଧନରେ
ବାନ୍ଧି ହୋଇ ଯାଇଅଛି,
ପାରୁନି ତୁମଠୁ ଦୂରେ ଆଉ ରହି
ପ୍ରତିମୁହୂର୍ତ୍ତେ ଖୋଜୁଛି,,।।
ପ୍ରତୀକ୍ଷା କରିଛି ତୁମରି ପଥକୁ
ଆସିବଯେ କେବେ କୁହ,
ଚାହିଁ ଚାହିଁ କେତେ ଦିନ ବିତିଲାଣି
ଆଉ କେତେଯେ ସମୟ,,।।
ବାକି ଅଛି ଖାଲି ତୁମରି ସାଥିରେ
କେବେ ହେବ ମୋର ଦେଖା,
ନିଆରା ଭାବରେ ଆମରି ପ୍ରେମର
କାହାଣୀ ହୋଇବ ଲେଖା,,।।

ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)