ରଥଯାତ୍ରା - ସାଗର ପ୍ରଧାନ

0
କାଉତ କଳା କୋଇଲି କଳା
କଳା କଜଳ ପାତି
ରଥ କୁ ଦେଖ ଝୁଲି ଆସୁଛି
କଳା ବାମନ ହାତୀ।

ବଗ ତ ଧଳା ହଂସ ତ ଧଳା
ଧଳା ଗୋଠ ର ଗାଈ
ସାଥିରେ ଦେଖ ଡାକି ନଉଛି
ସାଥେ ବଳିଆ ଭାଇ।

ସୁନା ହଳଦୀ ଆମ୍ବ ହଳଦୀ
ସୁଭଦ୍ରା ହଳଦୀ ମୁଖି
ଦୁଇ ଭାଇଙ୍କ ସହ ଯାଉଛି
ମାଉସୀ ଘର ଦେଖି।

ମନ୍ଦାର ନାଲି ସିନ୍ଦୂର ନାଲି
ରାଗେ ଶ୍ରୀ ମୁଖ ନାଲି
ଭାଇ ଭଉଣୀ ରଥରେ ଗଲେ
ସାଥେ ନେଲେନି ବୋଲି।


ସାଗର ପ୍ରଧାନ, ଗଂଜାମ

Post a Comment

0Comments
Post a Comment (0)