ଆଶା ହିଁ ମଣିଷ କୁ ଦିଏ ଶକ୍ତି
ଯୋଗାଏ ଆତ୍ମବିଶ୍ୱାସ ର ଶାନ୍ତି
ଥରକ ପାଇଁ ମିଳିଛି ଜନମ
ବ୍ୟବହାର କରୁଥିବା ଉତ୍ତମ
ଜୀବନ ଆମ ଯୋଡ଼ା ପାଦ ସମ
ଆଗ ପାଦର ନାହିଁ ତିଳେ ଭରମ
ପଛ ପାଦର ନାହିଁ ତିଳେ ସରମ
ହେବ ତାଙ୍କ ସ୍ଥାନ ପରିବର୍ତ୍ତନ
ଉଭୟେ ଜାଣନ୍ତି ଏହାର ମରମ I
ଭି.ଆଇ.ଏମ. – ୨୬୮, ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
