ରଂଗମଂଚ - ରମାକାନ୍ତ ମିଶ୍ର

0
ସେଇ ଏକା ଏହି ରଂଗମଂଚ
ସେଇ ସବୁ ଏକା କଳାକାର
ବଦଳି ଯାଏ ପ୍ରତିଦିନ
ରଂଗମଂଚ ନିତ୍ୟ ନୂତନ
ସେଇ କଳକାର ଚରିତ୍ର ଭିନ୍ନ
ଅନ୍ୟ କାହାଣୀ ନାଟ୍ୟକାର ଭିନ୍ନ
ସେଇ ଏକା ଥାଏ ତ ରଂଗମଂଚ
ସକାଳ ଖାଲି ସନ୍ଧ୍ୟା ଅପହଂଚ
ଜୀବନ ଏକ ବୃହତ୍ ରଂଗମଂଚ
ଚାଲିଛି ନାଟକ ଛଳନା ପ୍ରପଂଚ |


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)