ଆସରେ ଭାଇ ଭଉଣୀ ଆମେ
ପାଳିବା ଅଗଷ୍ଟ ପନ୍ଦର
ପ୍ରାଧୀନତାର ଶିକୁଳିକୁ ଭାଙ୍ଗି
ଗାଇବା ଏକତା ସ୍ୱର ।।
ପୂର୍ବଜଙ୍କ ସୁସନ୍ତାନ ଆମେରେ
ବହେ ଦେଶପ୍ରେମୀ ରକ୍ତ
ଉତ୍ତରଦାୟାଦ ହୋଇ ଆମେ ଚାଲ
ଗାଇବା ପ୍ରଶାନ୍ତି ଗୀତ ।।
ଗାନ୍ଧୀ ଗୋପବନ୍ଧୁ ତିଳକ ନେହେରୁ
ସୁଭାଷ ଓ ଖୁଦୀରାମ
ସେ ନାମ ସବୁ ଯେ ଇତିହାସେ ଲେଖା
କରେ ଅତୀତର ଗାନ ।।
ଆଜି ଶୁଭଦିନେ ନେବାରେ ଶପଥ
ରଖିବା ଦେଶର ଟେକ
ସ୍ୱାଧୀନତା ଆମ ହୋଇବ ଅକ୍ଷୁର୍ଣ୍ଣ
ରହି ସତତ ସଚେଷ୍ଟ ।।
ଭୋଗରାଇ, ବାଲେଶ୍ୱର
ଆସ ପାଳିବା ଅଗଷ୍ଟ ପନ୍ଦର - ଦେବବ୍ରତ ଜେନା
August 05, 2018
0
