ଯାଆରେ ପବନ ଟିକେ ଛୁଇଁ ଦେଇ ଯାଆ;
ମୋର ଛୁଆଁ ନେଇ ସାଥୀ ଦେହେ ଦେଇ ଆ ଆ ;
ସାଥୀ କୁ ଦେଖି ଆସିବ ଯଦି କାନ୍ଦୁଥିବ;
ମିନତି ମୋ ରକ୍ଷାକରି ଲୁହ ପୋଛିଦେବ;
ଶିତଳ ଜୋସ୍ନା ଭରିବ ତୁମେ ତାନ୍କ ଠାରେ;
ଆଉ ଡେରି କରନାହିଁ ଯାଅ ତୁମେ ଦୂରେ;
ଦେଖିବ ସୁନେଲି ବେଶ କିପରି ଦିଶୁଚି;
ତା ଓଢ଼ଣୀ ଛୁଇଁବନି ରାଣ ମୁଁ ଦେଉଚି;
ସାଥୀ କୁ ପଚାରିବ କିପରି ସେ ଅଛି ;
ଲୁହ ଯଦି ଗଡିଆସେ ତୁମେ ଦେବ ପୋଛି ;
ଯା, ଦିଅରକୁ ନେଇ କଲା ସେ ସଂସାର ;
ତା ଖୁସିରେ ଭାଂଗିଦିଅ ମୋର ଘର ଦ୍ବାର;
ସାଥୀ ର ବାରତା ଯଦ ମୋ ପାଇଁ କି ଥିବ ;
ଖୁସିରେ ନେଇ ଆସିବ ଗଗନେ ମିଶିବ;
ମଝି ଅଗଣା ରେ ତୁମେ ଚକର ମାରିବ ;
ତା ର ହୃଦୟରୁ ମୋତେ ନିଶ୍ଚେ କାଢ଼ି ନେବ;
ମାନସ ରଞ୍ଜନ ପଟ୍ଟନାଯକ
ସଂପାଦକ-ମାଟିର ମହକ
ପବନକୁ ମିନତୀ - ମାନସ ରଞ୍ଜନ ପଟ୍ଟନାଯକ
August 09, 2018
0
